ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତରେ ସରକାରଙ୍କ ସହଯୋଗ ବଦଳରେ ଲାଲୁ ବିହାରରେ ମହାମେଣ୍ଟ ଭାଙ୍ଗିବାକୁ ପ୍ରସ୍ତୁତ ଥିଲେ ଏବଂ ଏଥିପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ମୋଦୀ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଲାଲୁ ତାଙ୍କ ମଧ୍ୟସ୍ଥି ତଥା ପୂର୍ବତନ ମନ୍ତ୍ରୀ ପ୍ରେମ ଚାନ୍ଦ ଗୁପ୍ତାଙ୍କ ଦ୍ବାରା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ଏବାବଦରେ ୩-୪ ଥର ଅନୁରୋଧ କରିଥିଲେ। କିନ୍ତୁ ଜେଟ୍ଲି ଏହି ଅନୁରୋଧ ପ୍ରତ୍ୟାଖ୍ୟାନ କରିବାପରେ ଆରଜେଡି ସୁପ୍ରିମୋ ନିଜେ ଜେଟ୍ଲିଙ୍କୁ ଭେଟିଥିଲେ। କିନ୍ତୁ ଜେଟ୍ଲି କହିଥିଲେ ସିବିଆଇ ଏକ ସ୍ବାଧୀନ ସଂସ୍ଥା, ତେଣୁ ଏହାର କାର୍ଯ୍ୟକଳାପରେ ସରକାର ହସ୍ତକ୍ଷେପ କରିପାରିବେ ନାହିଁ। ସୁଶୀଲ ମୋଦୀଙ୍କର ଏଭଳି ବୟାନରେ ପ୍ରତିକ୍ରିୟା ପ୍ରକାଶ କରି ଆର୍ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ ବିଜେପି ନିର୍ବାଚନ ହାରିବା ଭୟରେ ଚିନ୍ତିତ ଅଛି ବୋଲିଏଥିରୁ ସ୍ପଷ୍ଟ ଜଣାପଡ଼ିଯାଉଛି।
ବିଜେପିର ଅଭିଯୋଗ, ନୀତୀଶ ସରକାର ଭାଙ୍ଗିବାକୁ ଲାଲୁ ଯୋଜନା କରିଥିଲେ
/sambad/media/post_attachments/wp-content/uploads/2019/04/susil-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)