କୋଲାକାତା: ପଶ୍ଚିମବଂଗର ୪ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶକୁ ଜୋର୍ଦାର ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା ଏବଂ ବିଧାନନଗର ପୁଲିସ କମିସନରଙ୍କ ସମେତ ୪ ଅଧିକାରୀଙ୍କୁ ବଦଳି ଆଦେଶ ପଛରେ ବିଜେପିର ହାତ ରହିଛି ଏବଂ ନିର୍ବାଚନ କମିସନ ବିଜେପିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ନିର୍ବାଚନ କମିସନଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ସ୍ବେଚ୍ଛାଚାରୀ ଏବଂ ପକ୍ଷପାତପୂର୍ଣ୍ଣ ବୋଲି ସେ ମତଦେବା ସହ ତୁରନ୍ତ ଏହି ଆଦେଶ ରଦ୍ଦ କରିବାକୁ ଦାବିକରି ନିର୍ବାଚନ କମିସନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିରେ କୌଣସି ଅଧୋଗତି ଦେଖାଦେଲେ ନିର୍ବାଚନ କମିସନ ଏଥିପାଇଁ ଦାୟୀ ରହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ବଦଳି ଆଦେଶ କାହା ଦ୍ବାରା ଏବଂ କିଭଳି କାର୍ଯ୍ୟକାରୀ ହେଲା ତାହାର ତଦନ୍ତ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ନିର୍ବାଚନ କମିସନଙ୍କ ନିରପେକ୍ଷ ଭୂମିକା ରହିବା କଥା, କିନ୍ତୁ କମିସନ ଏହି ଭୂମିକା ନିର୍ବାହ କରିବାରେ ବ୍ୟର୍ଥ ହେଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପ୍ରାର୍ଥୀମାନେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଇବା ପରେ କମିସନ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମମତା କହିଛନ୍ତି। ତେବେ ନିର୍ବାଚନ କମିସନ କୌଣସି ରାଜନୈତିକ ଚାପରେ ନଇଁବେ ନାହିଁ ଏବଂ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବଦଳି ଆଦେଶଗୁଡ଼ିକ ଯଥାରୀତି କାର୍ଯ୍ୟକାରୀ ହେବ ବୋଲି ସଙ୍କେତ ଦେଇଛନ୍ତି। ୪ ପୁଲିସ ଅଧିକାରୀଙ୍କ ବଦଳି ଆଦେଶ ଆଜି ଅପରାହ୍ନରେ କାର୍ଯ୍ୟକାରୀ ହୋଇଥିବା ଜଣାପଡ଼ିଛି।
ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳିକୁ ନେଇ ମମତା କ୍ଷୁବ୍ଧ
ବିଜେପି କଥାରେ ଚାଲୁଛନ୍ତି କମିସନ୍
/sambad/media/post_attachments/wp-content/uploads/2019/04/Untitled-17-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)