କୋଲକାତା : ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିନାହାନ୍ତି କିନ୍ତୁ ଆଜି ସେ ମୋଦୀଙ୍କୁ ଗାଳି ଦେବାପାଇଁ କଂଗ୍ରେସର ସ୍ଲୋଗାନ୍ ବ୍ୟବହାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ମମତା-ମୋଦୀ ଲଢ଼େଇ ଏବେ ଜୋରଦାର ହୋଇଥିବା ବେଳେ ମମତା ଆଜି ମୋଦୀଙ୍କ ବିରୋଧରେ କଂଗ୍ରେସର ‘ଚୌକିଦାର ଚୋର ହୈ’ ସ୍ଲୋଗାନ୍ ବ୍ୟବହାର କରି ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ଡାଇମଣ୍ଡ ହାରବର ନିର୍ବାଚନ ମଣ୍ଡଳୀରେ ମମତା ଏକ ରୢାଲି କରିଥିବା ସମୟରେ ‘ଚୌକିଦାର ଚୋର ହୈ ’ ସ୍ଲୋଗାନ ଦେଇଥିଲେ ଏବଂ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ତାଙ୍କ ସହ ସମସ୍ବରରେ ଏହି ସ୍ଲୋଗାନ୍ ଦେବାପାଇଁ କହିଥିଲେ।
କଂଗ୍ରେସ ସ୍ଲୋଗାନ୍ରେ ମୋଦୀଙ୍କୁ ଟାର୍ଗେଟ୍ କଲେ ମମତା
/sambad/media/post_attachments/wp-content/uploads/2019/05/mamatabanerjee-1558001656.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)