ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ମୋଦୀ ସରକାରକୁ କଡ଼ା ସମାଲୋଚନା କରିବା ସହ ୫ ବର୍ଷର ଏନ୍ଡିଏ ଶାସନ ଯନ୍ତ୍ରଣାଦାୟକ ଏବଂ ବେପରୁଆ ଥିଲା ବୋଲି କହିଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ଭାରତ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଗତି କରିଛି ଏବଂ ମୋଦୀ ସରକାର ଅର୍ଥ ବ୍ୟବସ୍ଥାକୁ ଅତ୍ୟନ୍ତ ଖରାପ ସ୍ଥିତିକୁ ନେଇଛନ୍ତି। ମୋଦୀଙ୍କ ଶାସନ ଭାରତର ଯୁବକ, କୃଷକ, ବ୍ୟବସାୟୀ ଏବଂ ଅନ୍ୟ ଗଣତାନ୍ତ୍ରିକ ସଂସ୍ଥା ପାଇଁ ସର୍ବାଧିକ କଷ୍ଟଦାୟକ ଏବଂ ବିନାଶକାରୀ ଥିଲା ବୋଲି ମନମୋହନ କହିଛନ୍ତି। ୧୦ ବର୍ଷ ପର୍ଯ୍ୟନ୍ତ ୟୁପିଏ ସରକାରରେ ପ୍ରଧାନମନ୍ତ୍ରୀ ଥିବା ମନମୋହନ କହିଛନ୍ତି ଯେ ସରକାର ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିନାହାନ୍ତି ଏବଂ କେବଳ ରାଜନୈତିକ ପତିଆରା ବଢ଼ାଇବା ପ୍ରୟାସ କରିଛନ୍ତି। ଦୁର୍ନୀତି ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଯାଞ୍ଚ ପାଇଁ ଅଗ୍ରହ ପ୍ରକାଶ କରିନାହାନ୍ତି କି ତାଙ୍କର ଉତ୍ତରଦାୟିତ୍ବକୁ ମଧ୍ୟ ଗ୍ରହଣ କରିନାହାନ୍ତି ବୋଲି ମନମୋହନ କହିଛନ୍ତି। ପୁଲୱାମା ଆକ୍ରମଣ ପରେ କ୍ୟାବିନେଟ୍ ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରିବା ବଦଳରେ ମୋଦୀ ଏକ ପାର୍କରେ ସୁଟିଂରେ ବ୍ୟସ୍ତ ଥିଲେ ବୋଲି ମନମୋହନ କହିଛନ୍ତି।
ମୋଦୀଙ୍କୁ ମନମୋହନଙ୍କ ସମାଲୋଚନା, ୫ ବର୍ଷର ଶାସନ ଯନ୍ତ୍ରଣାଦାୟକ ଥିଲା
/sambad/media/post_attachments/wp-content/uploads/2019/05/manmohan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)