ଲକ୍ଷ୍ନୌ: ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଜାରି ହୋଇଥିବା ପ୍ରଚାର କଟକଣା ଅବଧି ଆଜି ଶେଷ ହୋଇଛି। ତେବେ କଟକଣା ହଟିବାପରେ ମାୟା ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଇସି ଯୋଗୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ନୂଆ ନୂଆ କୌଶଳରେ ପ୍ରଚାର କରିଥିବା ସେ କହିଛନ୍ତି। ୭୨ ଘଣ୍ଟା ପର୍ଯ୍ୟନ୍ତ ଯୋଗୀ କୌଣସି ରାଜନୈତିକ ପ୍ରଚାର କରିପାରିବେନି ବୋଲି ଇସି ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯୋଗୀ ଏହି ସମୟରେ ବିଭିନ୍ନ ମନ୍ଦିର ବୁଲି ପୂଜାର୍ଚ୍ଚନା କରିବା ସହ ଦଳିତମାନଙ୍କ ଘରେ ଭୋଜନ କରି ଡ୍ରାମା କରିଛନ୍ତି ଏବଂ ମିଡିଆରେ ଚର୍ଚ୍ଚାରେ ରହିବାକୁ ସବୁ ବ୍ୟବସ୍ଥା କରିଥିବା ମାୟାବତୀ ଅଭିଯୋଗ କରିଛନ୍ତି। ନିର୍ବାଚନ କମିସନ ବିଜେପି ନୋତାମାନଙ୍କ କାର୍ଯ୍ୟକଳାପ ପ୍ରତି ଆଖି ବୁଜି ଦେଉଛନ୍ତି ଏବଂ ଅଧିକ ଉଦାରତା ଦେଖାଉଛନ୍ତି ବୋଲି ମାୟା କହିଛନ୍ତି। ଗତ ସୋମବାର ଦିନ ଇସି ଯୋଗୀ ଏବଂ ମାୟାବତୀଙ୍କ ପ୍ରଚାର ଉପରେ କଟକଣା ଲଗାଇଥିଲେ। ଯୋଗୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ ଏବଂ ମାୟା ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ପ୍ରଚାର କରିବେନି ବୋଲି ଇସି ନିର୍ଦ୍ଦେଶ ଦେଇଥିଲେ।
ଯୋଗୀଙ୍କ ବିରୋଧରେ ମାୟାଙ୍କ ଅଭିଯୋଗ, ଇସିଙ୍କ ନିର୍ଦ୍ଦେଶ ମାନୁନାହାନ୍ତି
/sambad/media/post_attachments/wp-content/uploads/2019/04/Untitled-20-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)