ବାରଣାସୀରେ ମାୟାବତୀ-ଅଖିଳେଶ ମିଳିତ ରୢାଲି

ଲକ୍ଷ୍ନୌ: ବସପା ସୁପ୍ରିମ‌ୋ ମାୟାବତୀ ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବ ଆଜି ଉତ୍ତରପ୍ରଦେଶର ବାରଣାସୀରେ ମିଳିତ ରୢାଲି କରିଛନ୍ତି। ସେମାନେ ମୋଦୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି । ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିନଥିବାରୁ ତାଙ୍କୁ ଗଙ୍ଗା ନଦୀ ହିଁ ଶାସ୍ତି ଦେବ‌ ବୋଲି ମାୟାବତୀ କହିଛନ୍ତି। ଗଙ୍ଗା ନଦୀ ସଫେଇ ପାଇଁ ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଛି। କିନ୍ତୁ ଫଳ କିଛି ମିଳିନାହିଁ। ଗତ ନିର୍ବାଚନରେ ମା’ ଗଙ୍ଗା ମୋଦୀଙ୍କୁ ଆର୍ଶୀବାଦ ଦେଇଥିଲେ। କିନ୍ତୁ ଏଥର ମୋଦୀ କରିଥିବା ଭୁଲ୍‌ ପାଇଁ ଗଙ୍ଗା ହିଁ ତାଙ୍କୁ କ୍ଷମତାରୁ ହଟାଇବେ ବୋଲି ମାୟାବତୀ କହିଛନ୍ତି। ଅନ୍ୟପ‌କ୍ଷେ ସପା ସୁପ୍ରିମୋ ଅଖିଳେଶ କହିଛନ୍ତି ଯେଉଁମାନେ ଗଙ୍ଗା ନଦୀ ସଫେଇ ପାଇଁ ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କ ନିଜ ଉଦ୍ଦେଶ୍ୟ ସ୍ବଚ୍ଛ ନାହିଁ।

ସମ୍ବନ୍ଧିତ ଖବର