ନୂଆଦିଲ୍ଲୀ: ବିଜେପିର ୨ ଜଣ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଏବଂ ବିଜେପି ସାଂସଦ ସାକ୍ଷୀ ମହାରାଜ ଭୋଟ୍ ପାଇଁ ଧମକପୂର୍ଣ୍ଣ ବୟାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଉତ୍ତରପ୍ରଦେଶର ସୁଲତାନପୁରରୁ ନିର୍ବାଚନ ଲଢ଼ୁଥିବା କେନ୍ଦ୍ରମନ୍ତ୍ରୀ ମେନକା ସୁଲତାନପୁରର ମୁସଲିମ୍ ଭୋଟରଙ୍କୁ ତାଙ୍କୁ ଭୋଟ୍ ଦେବାପାଇଁ ଧମକାଇଛନ୍ତି। ମେନକା କହିଛନ୍ତି ସୁଲତାନପୁରରେ ତାଙ୍କୁ ମୁସଲିମ୍ ଭୋଟ୍ ମିଳୁ କି ନମିଳୁ ସେ କିନ୍ତୁ ନିର୍ବାଚନ ଜିତିବେ। କିନ୍ତୁ ଯେତେବେଳେ ସେ ନିର୍ବାଚନ ଜିତି ସାଂସଦ ହେବେ ସେ ସମୟରେ ତାଙ୍କୁ ଭୋଟ୍ ଦେଇନଥିବା ମୁସଲିମ୍ ଭୋଟରମାନେ କିଛି ସୁବିଧା ପାଇବେନି ବୋଲି ମେନକା କହିଛନ୍ତି। ଏନେଇ ଏକ ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ମେନକାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। ଅନ୍ୟପକ୍ଷେ ବିଜେପିର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ମଧ୍ୟ ଆଜି ଭୋଟରମାନଙ୍କୁ ଧମକାଇଛନ୍ତି। ଯେଉଁମାନେ ତାଙ୍କୁ ଭୋଟ୍ ଦେବେନି ସେମାନଙ୍କୁ ସେ ଅଭିଶାପ ଦେବେବୋଲି କହିଛନ୍ତି। ସାକ୍ଷୀ ମହାରାଜ କହିଛନ୍ତି, ଯେତେବେଳେ ଜଣେ ସନ୍ଥ କିଛି ମାଗିବାପାଇଁ ଆସୁଛନ୍ତି ଏବଂ ତାଙ୍କୁ ତାହା ମିଳୁନି ତେବେ ସେତେବେଳେ ସେହି ସନ୍ଥ ଜଣଙ୍କ ଘରର ସବୁ ସୁଖଶାନ୍ତି ନେଇଯାଆନ୍ତି ଏବଂ ସବୁକିଛି ଅଭିଶାପରେ ପରିଣତ ହୋଇଯାଏ। ସାକ୍ଷୀ ମହାରାଜଙ୍କର ଏହି ଟିପ୍ପଣୀ ମଧ୍ୟ ଆଜି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।
ଭୋଟ୍ ପାଇଁ ଧମକାଇଲେ ମେନକା, ସାକ୍ଷୀ ମହାରାଜ
/sambad/media/post_attachments/wp-content/uploads/2019/04/menaka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)