ନୂଆଦିଲ୍ଲୀ: ଐତିହାସିକ ବିଜୟ ସହ ବିଜେପି ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ମୋଦୀ ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ଆଉ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ଦିଆଯିବ ନାହିଁ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଜେଟ୍ଲିଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ବ ଅନ୍ୟ କାହାକୁ ମିଳିବ। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ଗୋୟଲ ସାମୟିକ ଭାବେ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ବ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ବିଜେପି ସରକାର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ପଦ ଅତି ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହି ଦାୟିତ୍ବ ଏଥର ଶାହଙ୍କୁ ମିଳିବ ବୋଲି କୁହାଯାଉଛି । ଏଥର ନିର୍ବାଚନରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। ତେବେ କାହାକୁ କେଉଁ ମନ୍ତ୍ରାଳୟ ଦିଆଯିବା ତାହାର ଚୂଡ଼ାନ୍ତି ନିଷ୍ପତ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦୀ ହିଁ ନେବେ। ଏଥର କ୍ୟାବିନେଟ୍ରେ ଅନେକ ଯୁବ ଚେହେରାଙ୍କୁ ସ୍ଥାନ ମିଳିପାରେ। ଏନ୍ଡିଏର ଅନ୍ୟ ସହଯୋଗୀ ଦଳମାନଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ଦିଆଯିବାକୁ ଯୋଜନା ହେଉଛି। ଏନ୍ଡିଏକୁ ଏଥର ୩୫୧ ଆସନ ମିଳିଥିବା ବେଳେ ବିଜେପିର ଆସନ ସଂଖ୍ୟା ୩୦୩ରେ ପହଞ୍ଚିଛି। ତେଣୁ ଏଥର ମନ୍ତ୍ରିମଣ୍ଡଳର ଆକାର କ’ଣ ହେବ ସେ ନେଇ ମଧ୍ୟ ମନ୍ଥନ ଆରମ୍ଭ ହୋଇଗଲାଣି। ଏନ୍ଡିଏର ଦୁଇ ପ୍ରମୁଖ ସହଯୋଗୀ ଶିବସେନାକୁ ୧୮ ଆସନ ମିଳିଥିବା ବେଳେ ଜେଡିୟୁକୁ ୧୬ଟି ଆସନ ମିଳିଛି। ଏଲ୍ଜେପିକୁ ୬ଟି ଆସନ ମିଳିଥିବା ବେଳେ ଅପ୍ନା ଦଳ ଏବଂ ଅକାଳି ଦଳକୁ ଦୁଇଟି ଲେଖାଏଁ ଆସନ ମିଳିଛି।
ମୋଦୀ ୨.୦ରେ ଜେଟଲି ଅର୍ଥମନ୍ତ୍ରୀ ହେବେନାହିଁ, ଅମିତ ଶାହଙ୍କୁ ମିଳିପାରେ ପ୍ରତିରକ୍ଷା ମନ୍ତ୍ରାଳୟ
/sambad/media/post_attachments/wp-content/uploads/2019/05/ArunJaitley_AmitShah380PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)