ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପାଟନ ଜିଲ୍ଲାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନନ୍ଦନ ବର୍ଥମାନଙ୍କ ପ୍ରସଙ୍ଗ ଉଠାଇଛନ୍ତି। ଗୁଜରାଟ ମୁଖ୍ୟ ନିର୍ବାଚନ ଅଫିସର ଏସ୍. ମୁରଲୀ କ୍ରିଷ୍ଣା ଏ ବାବଦରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଆଜି ମୋଦୀ ପାଟନ ଜିଲ୍ଲାରେ ଏକ ରୢାଲିରେ ଉଦ୍ବୋଧନ କହିଥିଲେ ଯେ ଭାରତୀୟ ବାୟୁସେନାର ପାଇଲଟ୍ ଅଭିନନ୍ଦନଙ୍କୁ ପାକିସ୍ତାନ ବନ୍ଦୀ କରିବା ପରେ ସେ ପାକିସ୍ତାନକୁ ଚେତାବନୀ ଦେଇ ତାଙ୍କୁ ତୁରନ୍ତ ଖଲାସ କରିବାକୁ କହିଥିଲେ। ‘ ଅଭିନନ୍ଦନଙ୍କର ଯଦି କିଛି କ୍ଷତି ହୁଏ, ତା’ହେଲେ ଆମେ ତୁମକୁ ଛାଡ଼ିବୁ ନାହିଁ ବୋଲି’ ପାକିସ୍ତାନକୁ ସତର୍କବାଣୀ ଶୁଣାଇ ଦିଆଯାଇଥିଲା ବୋଲି ମୋଦୀ କହିଥିଲେ। ଏ ବାବଦରେ ବିରୋଧୀ ଦଳମାନଙ୍କ ଅଭିଯୋଗ ମିଳିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ଦ୍ଦେଶାବଳି ଜାରି କରି ପ୍ରତିରକ୍ଷା ବିଭାଗ ଏବଂ ସେନା ଯବାନଙ୍କ ଫଟୋ କୌଣସି ବିଜ୍ଞାପନରେ ପ୍ରକାଶ ପାଇବ ନାହିଁ ଏବଂ ନିର୍ବାଚନ ପ୍ରଚାରରେ ସେନାର କାର୍ଯ୍ୟ ସଂପର୍କରେ ଉଲ୍ଲେଖ କରାଯିବ ନାହିଁ ବୋଲି କହିଥିଲେ। ତେବେ ଏହି ନିେର୍ଦ୍ଦଶର ବାରମ୍ବାର ଉଲ୍ଲଂଘନ ଦେଖିବାକୁ ମିଳିଛି।
ପୁଣି ଅଭିନନ୍ଦନ ପ୍ରସଙ୍ଗ ଉଠାଇଲେ ମୋଦୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ତଲବ
/sambad/media/post_attachments/wp-content/uploads/2019/04/02abhi2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)