ରୢାଲିରେ ଗର୍ଜିଲେ ମୋଦୀ, କଂଗ୍ରେସର ଇସ୍ତାହାର ପାକିସ୍ତାନକୁ ସୁହାଇବ

ଇମ୍ଫାଲ: କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇମ୍ଫାଲରେ ଅନୁଷ୍ଠିତ ରୢାଲିରେ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ଇସ୍ତାହାର ଭାରତର ମଂଗଳ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବା ପରିବର୍ତ୍ତେ ଏହାକୁ ପାକିସ୍ତାନର ପ୍ରଚାରରେ ସହାୟକ ହେଲା ଭଳି ପ୍ରସ୍ତୁତ କରାଯାଇଛି। ପାକିସ୍ତାନକୁ ସୁହାଇଲା ଭଳି ନୀତି କାର୍ଯ୍ୟକାରୀ କରବାକୁ କଂଗ୍ରେସ ଯେଉଁ ସବୁ ଘୋଷଣା କରିଛି ତାହା କଂଗ୍ରେସର ବିଭାଜନକାରୀ ନୀତିକୁ ପ୍ରମାଣିତ କରିଛି ବୋଲି ମୋଦୀ କହିଛନ୍ତି। ଧାରା ୩୭୦କୁ କେହି ଛୁଇଁ ପାରିବେ ନାହିଁ ଏବଂ ସେନାର ସ୍ବତନ୍ତ୍ର ଅଧିକାରକୁ ଦୁର୍ବଳ କରାଯିବ ବୋଲି କଂଗ୍ରେସ ଘୋଷଣା କରି ପାକିସ୍ତାନର ଅପପ୍ରଚାରକୁ ସମର୍ଥନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜମ୍ମୁ କଶ୍ମୀର ପାଇଁ ପୃଥକ ପ୍ରଧାନମନ୍ତ୍ରୀ ଦାବି କରୁଥିବା ଦଳକୁ କଂଗ୍ରେସ ସମର୍ଥନ କରୁଛି ଏବଂ ଏହା କଂଗ୍ରେସର କି ପ୍ରକାର ରାଜନୀତି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଗୋଟିଏ ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ଭାରତ କେବେ ଚାହିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର