ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ଏପ୍ରିଲ୍ରେ ବାରଣାସୀ ଲୋକସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଜେପି ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅରୁଣ ଜେଟ୍ଲି, ନୀତିନ ଗଡ଼କରୀ, ସୁଷମା ସ୍ବରାଜଙ୍କ ସମେତ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ। ୨୦୧୪ରେ ପ୍ରାର୍ଥିପତ୍ର ଦାଖଲ ବେଳେ ମୋଦୀ ଯେଭଳି ୧୦ କିମି ଲମ୍ବା ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଥିଲେ ଏଥର ମଧ୍ୟ ତାହାର ପୁନରାବୃତ୍ତି ହେବ। ପ୍ରଧାନମନ୍ତ୍ରୀ ୨୫ ଏପ୍ରିଲ୍ରେ ରୋଡ ସୋ କରିବେ ଏବଂ ୨୬ ତାରିଖ ସକାଳେ ବାବା ବିଶ୍ବନାଥଙ୍କ ଦର୍ଶନ ପରେ ନାମାଙ୍କପତ୍ର ଦାଖଲ ପାଇଁ ଯିବେ।
ବାରଣାସୀ: ୨୬ରେ ମୋଦୀଙ୍କ ପ୍ରାର୍ଥିପତ୍ର ଦାଖଲ
/sambad/media/post_attachments/wp-content/uploads/2019/04/Modi-Programme-in-Sundergarh_2.jpg)