ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଲେଖାଥିବା ଏକ ଟି ସାର୍ଟ ପିନ୍ଧିଥିବାରୁ ଜୟପୁର ପାର୍ଟି ଅଫିସ୍ରେ କାମ କରୁଥିବା ଜଣେ ଶ୍ରମିକଙ୍କୁ କଂଗ୍ରେସ ହଟାଇ ଦେଇଛି। ଜୟପୁର ପାର୍ଟି ଅଫିସରେ କାମ କରୁଥିବା ଜଣେ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଏକ ପୋଷ୍ଟର କାନ୍ଥରେ ଲଗାଉଥିବା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଲେଖାଥିବା ଏକ ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଦଳୀୟ ନେତାମାନେ ଏ ବିଷୟରେ ଅବଗତ ହେବାପରେ ଶ୍ରମିକଙ୍କୁ ପାର୍ଟି ଅଫିସ୍ରୁ ହଟାଇ ଦେଇଛନ୍ତି।
‘ନରେନ୍ଦ୍ର ମୋଦୀ’ ଟି ସାର୍ଟ ପିନ୍ଧିବାରୁ ଶ୍ରମିକଙ୍କୁ ପାର୍ଟି ଅଫିସ୍ରୁ ହଟାଇଲା କଂଗ୍ରେସ
/sambad/media/post_attachments/wp-content/uploads/2019/04/modi-t-shir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)