କଠୁଆ: ଜମ୍ମୁ କଶ୍ମୀର ପାଇଁ ପୃଥକ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଦାବି କରୁଥିବା ନେସ୍ନାଲ କନ୍ଫରେନ୍ସ (ଏନ୍ସି) ଏବଂ ପିଡିପି ନେତାମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଛନ୍ତି। ଆଜି ଜମ୍ମୁର କଠୁଆରେ ଅନୁଷ୍ଠିତ ରୢାଲିରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଅବଦୁଲ୍ଲା ଏବଂ ମୁଫ୍ତି ପରିବାର ଜମ୍ମୁ କଶ୍ମୀରର ସମସ୍ୟାକୁ ବଢ଼ାଇଛନ୍ତି ଏବଂ ବିଗତ ୩୦ ବର୍ଷ ଧରି ଏହି ଅଂଚଳରେ ଶାନ୍ତି ଓ ବିକାଶରେ ବାଧକ ସାଜିଛନ୍ତି । ସେମାନଙ୍କୁ ଜମ୍ମୁ କଶ୍ମୀରରେ କଶ୍ମୀରରେ ଆଉ ଏକ ବିଭାଜନ ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। କଶ୍ମୀର ପଣ୍ଡିତମାନଙ୍କୁ ମଧ୍ୟ ନିଜ ଭିଟାମାଟି ଛାଡ଼ି ପଳାଇଯିବାକୁ ବାଧ୍ୟ କରାଯାଇଛି ଏବଂ କଂଗ୍ରେସ ଦଳ ଏଥିପାଇଁ ଦାୟୀ ବୋଲି ମୋଦୀ କହିଛନ୍ତି। କଶ୍ମୀରୀ ପଣ୍ଡିତମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଏବଂ ଆନୁସଙ୍ଗିକ ସୁବିଧାସୁଯୋଗ ଦେଇ ପୁଣି ଥଇଥାନ କରିବା ଦିଗରେ ଏନ୍ଡିଏ ସରକାର ବଦ୍ଧପରିକର ବୋଲି ମୋଦୀ କହିଛନ୍ତି। ଗତକାଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଜାଲିଆନାୱାଲା ବାଗ୍ ଗଣହତ୍ୟା ସ୍ମାରକୀ ସ୍ଥଳକୁ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବାକୁ ନଯିବା ଘଟଣାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି ଏହା ପଛରେ କିଭଳି ମାନସିକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି। କଂଗ୍ରେସ, ପିଡିପି ଏବଂ ଏନ୍ସି ନେତାମାନେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରୁଛନ୍ତି ଏବଂ ସେମାନେ ସେନାର ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ସେମାନେ ପାକିସ୍ତାନକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବାରୁ ଜନସାଧାରଣ ଏହାର କଡ଼ା ଜବାବ ଦେବେ ବୋଲି ମୋଦୀ କହିଛନ୍ତି।
ମୁଫ୍ତି-ଅବଦୁଲ୍ଲା ପରିବାରକୁ ମୋଦୀଙ୍କ ଟାର୍ଗେଟ୍, ଆଉ ଏକ ବିଭାଜନ ପାଇଁ ସୁଯୋଗ ଦେବୁନାହିଁ
/sambad/media/post_attachments/wp-content/uploads/2019/04/modiiiiii.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)