ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବାର୍ମେର୍ରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ପାକିସ୍ତାନର ବାରମ୍ବାର ପରମାଣୁ ଅସ୍ତ୍ର ଧମକକୁ ଭାରତ ଏବେ ଖାତିର୍ କରୁନାହିଁ। ପାକିସ୍ତାନ ପ୍ରତିକଥାରେ ନିଜର ପରମାଣୁ ଅସ୍ତ୍ର ସଂପର୍କରେ ଆମକୁ ସଚେତନ କରାଉଛି। ତେବେ ପାକିସ୍ତାନ ଜାଣି ରଖିବା ଦରକାର, ଭାରତ ପାଖରେ ମଧ୍ୟ ପର୍ଯ୍ୟାପ୍ତ ପରମାଣୁ ଅସ୍ତ୍ର ରହିଛି ଏବଂ ଆମର ପରମାଣୁ ଅସ୍ତ୍ର ଭଣ୍ଡାର କେବଳ ଦୀପାବଳି ପାଇଁ ରଖାଯାଇ ନାହିଁ ବୋଲି ମୋଦୀ କହିଛନ୍ତି। ପ୍ରତ୍ୟେକ ଆତଙ୍କବାଦୀ କାଣ୍ଡ ପରେ ପାକିସ୍ତାନ ପରମାଣୁ ବୋମା ଭୟ ଦେଖାଇବା ପ୍ରସଙ୍ଗ ଉଠାଇ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଦେଶର ନିରାପତ୍ତା ପାଇଁ ବଦ୍ଧପରିକର ଏବଂ ଦେଶର ନିରାପତ୍ତା ଓ ସାର୍ବଭୌମତ୍ବ ନେଇ କୌଣସି ସାଲିସ୍ କରାଯିବ ନାହିଁ। ଏବେ ଭାରତ ବିନା ଯୁଦ୍ଧରେ ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀଙ୍କୁ ନିପାତ କରୁଛି। ଆମେ ଆତଙ୍କବାଦୀଙ୍କ ମନରେ ଭୟ ସୃଷ୍ଟି କରିଛୁ। ଶ୍ରୀଲଙ୍କାରେ ଆଜି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଭାରତରେ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କ ପ୍ରୟାସକୁ ପଣ୍ଡ କରାଯାଉଛି। ୨୦୧୪ରେ ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ କେତେକ କଠୋର ନୀତି ଅବଲମ୍ବନ କରିବାରୁ ଆତଙ୍କବାଦୀ ଆକ୍ରମଣ କମିଛି। ଭାରତ ପାଖରେ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା କ୍ଷମତା ରହିଛି । ମହକାଶରେ ମଧ୍ୟ ଆମେ ନିଜର ଉପଗ୍ରହକୁ ସୁରକ୍ଷିତ ରଖିବାର ସାମର୍ଥ୍ୟ ହାସଲ କରିପାରୁଛି ବୋଲି ମୋଦୀ କହିଛନ୍ତି।
ପାକିସ୍ତାନକୁ ମୋଦୀଙ୍କ ଚେତାବନୀ, ଦୀପାବଳି ପାଇଁ ପରମାଣୁ ବୋମା ରଖିନାହୁଁ
/sambad/media/post_attachments/wp-content/uploads/2019/04/modi-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)