ନଏଡ଼ା: ନଏଡ଼ାର ଏକ ମତଦାନ କେନ୍ଦ୍ରରେ ପୁଲିସବାହିନୀକୁ ଗେରୁଆ ରଙ୍ଗର ‘ନମୋ’ ଖାଦ୍ୟ ପ୍ୟାକେଟ୍ ବଣ୍ଟା ଯିବା ଘଟଣା ଆଜି ଏକ ନୂଆ ବିବାଦ ସୃଷ୍ଟି କରିଛି। ନଏଡ଼ାର ଗୌତମବୁଦ୍ଧ ନଗର ବୁଥ୍ ନିକଟରେ ଆଜି ନମୋ ଖାଦ୍ୟ ପ୍ୟାକେଟ୍ ବଣ୍ଟାଯାଉଥିବାର ଅଭିଯୋଗ ହେବାପରେ ଏବଂ ଏବାବଦ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ନିର୍ବାଚନ କମିସନ (ଇସି)। ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଜିଲ୍ଲାପାଳଙ୍କଠାରୁ ଏବାବଦ ରିପୋର୍ଟ ମାଗିଛନ୍ତି। କିନ୍ତୁ ଗୌତମବୁଦ୍ଧ ନଗର ଏସ୍ଏସ୍ପି ଏଭଳି ଖବରକୁ ମିଛ ବୋଲି କହିଛନ୍ତି। ଏଥିରେ ବିଜେପିର କିଛି ସମ୍ପୃକ୍ତି ନାହିଁ କି କୌଣସି ରାଜନୈତିକ ଦଳ ପକ୍ଷରୁ ପୁଲିସଙ୍କୁ ଖାଇବାକୁ ଦିଆଯାଇନାହିଁ ବୋଲି ଏସ୍ଏସ୍ପି ସ୍ପଷ୍ଟ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏକ ଖାଦ୍ୟ ଦୋକାନର ନାଁ ରହିଛି ନମୋ ଫୁଡ୍ ସପ୍। ଏଠାରୁ ହିଁ ପୁଲିସ କର୍ମୀଙ୍କ ପାଇଁ ଖାଦ୍ୟ ଅଣାଯାଇଛି । କିନ୍ତୁ କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରଚାର କରୁଛନ୍ତି ବୋଲି ଏସଏସ୍ପି ବୈଭବ କ୍ରୀଷ୍ଣା କହିଛନ୍ତି।
ନଏଡ଼ାରେ ଗେରୁଆ ରଙ୍ଗର ନମୋ ଖାଦ୍ୟ ପ୍ୟାକେଟ୍, ରିପୋର୍ଟ ମାଗିଲେ ଇସି
/sambad/media/post_attachments/wp-content/uploads/2019/04/namo.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)