ବ୍ରହ୍ମପୁର: ଆଉ ଦିନକ ପରେ ଅର୍ଥାତ ୧୮ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ। ଜିଲ୍ଲାର ୮ ନିର୍ବାଚନମଣ୍ଡଳୀରେ ଭୋଟ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ଭୋଟକୁ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସମ୍ପନ୍ନ ଲାଗି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ୮ ନିର୍ବାଚନ ମଣ୍ଡଳୀରେ ରହିଥିବା ୧୯୪୬ ବୁଥ୍ ମଧ୍ୟରୁ ୨୭୨ଟି ବୁଥ୍ କ୍ରିଟିକାଲ ତଥା ସ୍ପର୍ଶକାତର ରହିଛି। ଏହି ନିର୍ବାଚନରେ ଜିଲ୍ଲାରେ ୯ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ (ସିଏପିଏଫ୍) ମୁତୟନ କରାଯାଇଛି। ପ୍ରତି ସ୍ପର୍ଶକାତର ବୁଥରେ ଅଧା ସେକ୍ସନ ସିଏପିଏଫ ମୁତୟନ କରାଯାଇଛି। ଜିଲ୍ଲାରେ ସମୁଦାୟ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୩ଜଣ ଅତିରିକ୍ତ ଏସ୍ପି, ୧୦ଜଣ ଡିଏସ୍ପି, ୧୮ଜଣ ଇନ୍ସପେକ୍ଟର, ୧୩୦ଜଣ ଏଏସ୍ଆଇ ଓ ସବ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି। ୮ଟି ନିର୍ବାଚନ ମଣ୍ଡଳୀ ଲାଗି ୧୧୮ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଛି। ପ୍ରଶାସନ ପକ୍ଷରୁ ୨୧୫ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତ କରାଯାଇଛି।
ଗଞ୍ଜାମରେ କେନ୍ଦ୍ରୀୟ ଫୋର୍ସ, ୮ ନିର୍ବାଚନମଣ୍ଡଳୀରେ ୨୭୨ ସ୍ପର୍ଶକାତର ବୁଥ୍
/sambad/media/post_attachments/wp-content/uploads/2019/04/Untitled-5-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)