ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନର ନିରପେକ୍ଷତା ନେଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଶାସକ ଦଳ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଅର୍ଥ ଓ ବାହୁବଳ ପ୍ରୟୋଗ କରୁଛି। ବିରୋଧୀ ରାଜନୈତିକ ଦଳ କଂଗ୍ରେସକୁ ନାନା ଭାବରେ ହଇରାଣ କରିବାକୁ ସରକାରୀ କଳର ଅପ ବ୍ୟବହାର କରାଯାଉଛି। ଏ ନେଇ ଏକ ପ୍ରେସ୍ ବିବୃତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଞ୍ଜାମ ଓ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଦଳର ପ୍ରଚାର ପୋଷ୍ଟରକୁ ଚିରି ଦିଆଯାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶାସକ ଦଳର ଏଭଳି କାର୍ଯ୍ୟ ଉପରେ ନଜର ଦେଇ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାକୁ ସେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି ଯେ ଜଟଣୀରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯିବା ଏବଂ ତାଙ୍କ ବାପାଙ୍କୁ ଥାନା ଭିତରେ ମାଡ଼ ମରାଯିବା ଘଟଣାରେ ପୁଲିସ ନୀରବଦ୍ରଷ୍ଟା ସାଜିଛି। ଏହି ଘଟଣାରେ ଶାସକ ଦଳର ଜଣେ ପୂର୍ବତନ ସରପଞ୍ଚ ସଂପୃକ୍ତ ଥିବା ଅଭିଯୋଗ ହେଉଛି। ପୁଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି। ଖୋର୍ଧାରେ ଏକ ରାଜନୈତିକ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଗଲା। ନିକଟ ଅତୀତରେ କେନ୍ଦୁଝରରେ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ କିଭଳି ହତ୍ୟା କରାଯାଇଥିଲା, ତାହା କାହାରିକୁ ଅଛପା ନାହିଁ। ଏହି ହତ୍ୟା ପଛରେ ଶାସକ ଦଳର ଜଣେ ଟାଣୁଆ ନେତାଙ୍କ ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା। ସେହିଭଳି ଗଞ୍ଜାମ, କୋରାପୁଟ, କେନ୍ଦୁଝର, ବାଲେଶ୍ବର ଆଦି ସ୍ଥାନରେ ଶାସକ ଦଳ ସରକାରୀ କଳର ଦୁରୁପଯୋଗ କରୁଛନ୍ତି। ନିର୍ବାଚନ ସମୟରେ ପୁଲିସ୍ ନିରପେକ୍ଷତା ପରିବର୍ତେ ପକ୍ଷପାତିତା କରୁଥିବା ନିରଞ୍ଜନ କହିଛନ୍ତି।
ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ
/sambad/media/post_attachments/wp-content/uploads/2019/04/download-3-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)