ହାଇଦ୍ରାବାଦ୍ : ଆପୋଲୋ ହସ୍ପିଟାଲ୍ର କାର୍ଯ୍ୟକାରୀ ଉପାଧ୍ୟକ୍ଷ ତଥା ାଲ ହସ୍ପିଟାଲ୍ର ପ୍ରତିଷ୍ଠାତା ପ୍ରତାପ ସି ରେଡ୍ଡିଙ୍କ ଝିଅ ସୋବାନା କାମିନେନି ଆଜି ତାଙ୍କ ମତ ସାବ୍ୟସ୍ତ କରିପାରିନାହାନ୍ତି। ବିଦେଶରେ ରହୁଥିବା କାମିନେନି କେବଳ ଭୋଟ୍ ଦେବାପାଇଁ ଭାରତ ଆସିଥିଲେ, କିନ୍ତୁ ଭୋଟର ତାଲିକାରେ ତାଙ୍କ ନାଁ ନଥିବାରୁ ସେ ଆଜି ଭୋଟ୍ ଦେଇପାରିନାହାନ୍ତି। ଜଣେ ଭାରତୀୟ ନାଗରିକ ଭାବେ ଏହା ତାଙ୍କ ଜୀବନରେ ଏକ ଦୁଃଖଦ ଦିନ ବୋଲି ସେ କହିଛନ୍ତି। ସିଆଇଆଇ (କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି)ର ପୂର୍ବତନ ଅଧ୍ୟକ୍ଷ କାମିନେନୀ ଆଜି ତେଲେଙ୍ଗାନାରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଦେଇଥାନ୍ତେ, କିନ୍ତୁ ଭୋଟର ତାଲିକାରେ ତାଙ୍କ ନାଁ ନଥିବାରୁ ସେ ନିରାଶ ହୋଇଛନ୍ତି। ଏକ ଭିଡିଓ ମେସେଜ୍ ଜାରି କରି କାମିନେନୀ ଆଜି କହିଛନ୍ତି, ଭୋଟ୍ ଦେବାପାଇଁ ମୁଁ ବିଦେଶରୁ ଭାରତ ଆସିଲି। କିନ୍ତୁ ଭୋଟର ତାଲିକାରେ ମୋ ନାଁ ନାହିଁ। ମତେ କୁହାଗଲା କି ମୋ ନାମ ହଟାଇ ଦିଆଯାଇଛି। ତେବେ ମୁଁ କ’ଣ ଭାରତୀୟ ନାଗରିକ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଜଣେ ନାଗରିକ ଭାବେ ଏହା ତାଙ୍କ ବିରୋଧରେ ଏକ ଅପରାଧ ବୋଲି ସେ କହିଛନ୍ତି। ଗତ ଡିସେମ୍ବରରେ କାମିନେନୀ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍ ଦେଇଥିଲେ, କିନ୍ତୁ ଲୋକସଭା ନିର୍ବାଚନ ପାଇଁ ଭୋଟର ତାଲିକାରେ ତାଙ୍କ ନାଁ ନଥିବା କଥାକୁ ସେ ଆଦୌ ସହଜରେ ଗ୍ରହଣ କରିନାହାନ୍ତି।
ଭୋଟ୍ ଦେଇପାରିଲେନି ଆପୋଲୋ କାର୍ଯ୍ୟକାରୀ ଉପାଧ୍ୟକ୍ଷ, ଭୋଟର ତାଲିକାରୁ ନାମ ଗାଏବ
/sambad/media/post_attachments/wp-content/uploads/2019/04/apolo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)