ଆଲିଗଡ଼ରୁ କେବେ ବି ମୁସଲିମ ସାଂସଦ ନିର୍ବାଚିତ ହୋଇନାହାନ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲା ଆଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟ ପାଇଁ ସର୍ବତ୍ର ପରିଚିତ। ‌ଆଲିଗଡ଼ ଜିଲ୍ଲାକୁ ଏକ ମୁସଲିମ ବହୁଳ ଜିଲ୍ଲା ଭାବେ ଲୋକେ ଜାଣନ୍ତି। କିନ୍ତୁ ବାସ୍ତବରେ ଉତ୍ତରପ୍ରଦେଶର ରାମପୁର ହେଉଛି ରାଜ୍ୟରେ ଏକମାତ୍ର ମୁସଲିମ ବହୁଳ ଜିଲ୍ଲା। ଉତ୍ତରପ୍ରଦେଶରେ ୮୦ ଆସନରୁ ‌ଗୋଟିଏ ହେଉଛି ଆଲିଗଡ଼। ଏହି ଆ‌ସନ କେବେ ବି ଲୋକସଭାକୁ ଜଣେ ହେଲେ ମୁସଲିମ ପ୍ରାର୍ଥୀ ଦେଇନାହିଁ। ଆଲିଗଡ଼ରେ ସମୁଦାୟ ୧୮.୮୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ଏକ ପଞ୍ଚମାଂସ ‌‌ହେଉଛନ୍ତି ମୁସଲିମ୍‌। ଜାଟ୍‌ ଏବଂ ବ୍ରାହ୍ମଣଙ୍କ ପରେ ଏଠାରେ ୩.୫୦ ଲକ୍ଷ ମୁସଲିମ୍‌ ଭୋଟର ଅଛନ୍ତି। କିନ୍ତୁ ଏହି ଆସନରୁ କୌଣସି ଜଣେ ‌ହେଲେ ମୁସଲିମ୍‌ ସାଂସଦ ନିର୍ବ‌ାଚିତ ହୋଇନାହାନ୍ତି। ଜଣାଯାଇଛି‌ ଯେ ଆଲିଗଡ଼ରେ ୨ ଲକ୍ଷ ଜାଟ୍‌ ଭୋଟର୍‌ ବସପାର ସମର୍ଥକ । କଂଗ୍ରେସ ପ୍ରଥମେ ଆଲିଗଡ଼ରୁ ୨ ଥର ‌ଲୋକସଭା ନିର୍ବାଚନ ଜିତିଥିଲା। ପରେ ଭାରତୀୟ କ୍ରାନ୍ତି ଦଳ ଜନତା ପାର୍ଟି ସହ ମିଶି ୧୯୬୭ରେ ଆଲିଗଡ଼ ଲୋକସଭା ଆସନ ଜିତିଲା। ଏହାପରେ କଂଗ୍ରେସ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଏହି ଆସନରେ ଜିତି ପାରିନଥିଲା। ଅନ୍ୟପକ୍ଷେ ବି‌ଜେପି ୧୯୯୧ ରୁ ଏହି ଆସନରେ ଆଧିପତ୍ୟ ବିସ୍ତାର କରିଥିଲା। ବିଜେପି ଲଗାତାର ୬ଥର ୧୯୯୧ରୁ ୨୦୦୧ ପର୍ଯ୍ୟନ୍ତ ଏହି ଆସନରେ ନିର୍ବାଚନ ଜିତିବାପରେ କଂଗ୍ରେସ ୨୦୦୪ରେ ଏଠାକୁ କ୍ଷମତାକୁ ଫେରିଥିଲା। ୨୦୦୯ରେ ବିଏସ୍‌ପି ଏହି ଆସନରେ ନିର୍ବାଚନ ଜିତିଥିବା ବେଳେ ୨୦୧୪ରେ ବିଜେପି ପୁଣିଥରେ ଏହି ଆସନ ଅକ୍ତିଆର କରିଥିଲା।

ସମ୍ବନ୍ଧିତ ଖବର