ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରର ଅନିଲ କୁମାର ରାପାର୍ତି। ବେଙ୍ଗାଲୁରୁ ସ୍ଥିତ ରାପାର୍ତି କନ୍ସଲ୍ଟାନ୍ସି ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକ। ଚଳିତ ନିର୍ବାଚନରେ ପ୍ରତ୍ୟକ୍ଷ ରାଜନୀତିରେ ସେ ପାଦ ଥାପିଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନିଲଙ୍କ ପ୍ରାର୍ଥିତ୍ବ ସେଠାକାର ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ଅନିଲଙ୍କ ନିଜ ଘର କୋରାପୁଟ ଜିଲ୍ଲାର ଜୟପୁର ସହରରେ ହୋଇଥିଲେ ହେଁ ସେ ଗତ ଚାରି ବର୍ଷ ହେଲା ପତ୍ନୀଙ୍କ ସହିତ ବେଙ୍ଗାଲୁରୁରେ ରହୁଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନରୁ ଚଳି ଥର ଅନିଲ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। କୌଣସି ଦଳକୁ ସେ ପ୍ରତିନିଧିତ୍ବ କରୁନାହାନ୍ତି। ବରଂ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇତିମଧ୍ୟରେ ପ୍ରଚାର ଆରମ୍ଭ କରି ସାରିଲେଣି। ପତ୍ନୀ ଓ କିଛି ସମର୍ଥକଙ୍କୁ ନେଇ ପ୍ରଚାର କରୁଛନ୍ତି। ନିର୍ବାଚନ ପାଇଁ ତାଙ୍କୁ ‘ଏନ୍ଭଲପ୍’ (ଲଫାଫା) ଚିହ୍ନ ମିଳିଛି। ସିଧାସଳଖ ଲୋକଙ୍କୁ ଭେଟି ଭୋଟ ମାଗିବା ସହ ସୋସିଆଲ ମିଡିଆର ସାହାର ବି ନେଉଛନ୍ତି। ଏନେଇ ଅନିଲ କହିଛନ୍ତି ଯେ, ହାରିବା, ଜିବିତା କୌଣସି ଗୁରୁତ୍ବ ତାଙ୍କ ପାଇଁ ରଖୁନାହିଁ। ଲୋକଙ୍କ ପାଇଁ କାମ କରିବାକୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି।
ରାଜ୍ୟ ବାହାରେ ପ୍ରାର୍ଥୀ ହେଲେ ଓଡ଼ିଆ ପୁଅ
/sambad/media/post_attachments/wp-content/uploads/2019/04/odia-youth-prakash-raj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)