ପାଟନା: ଦେଶର ସ୍ବାଧୀନତା ଏବଂ ବିକାଶରେ ମହମ୍ମଦ ଅଲି ଜିନ୍ନାଙ୍କର ଭାଗିଦାରିତା ରହିଛି ଏବଂ ସେ କଂଗ୍ରେସ ପରିବାରର ମହାନ ନେତା ବୋଲି କହି ଅଭିନେତାରୁ ନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ବଡ଼ ବିବାଦରେ ଫସିଛନ୍ତି। ଏଭଳି ବୟାନ ପାଇଁ ବିଭିନ୍ନ ମହଲରୁ କଡ଼ା ବିରୋଧର ସମ୍ମୁଖୀନ ହେବାପରେ ସିହ୍ନା ଏ ବାବଦରେ ସଫେଇ ଦେଇଛନ୍ତି। ଭାଷଣ ଦେଉଥିବା ବେଳେ ଭୁଲ୍ରେ ଜିନ୍ନାଙ୍କ ନାମ ପାଟିରୁ ବାହାରିଗଲା ବୋଲି ସେ କହିଛନ୍ତି। ଶତ୍ରୁଘ୍ନଙ୍କ ଜିନ୍ନା ବୟାନ ପାଇଁ ବିଜେପି ସଭାପତି ଅମିତ ଶାହ, ସାଂସଦ ମନୋଜ ତିୱାରୀ ତାଙ୍କୁ ସମାଲୋଚନା କରିଥିବା ବେଳେ ୟୁପି କଂଗ୍ରେସ ସଭାପତି ରାଜ ବବ୍ବର ମଧ୍ୟ ସିହ୍ନାଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂଗ୍ରେସ ଟିକଟରୁ ପାଟନା ସାହିବରୁ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ କଂଗ୍ରେସ ପରିବାରରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କଠାରୁ ମହମ୍ମଦ ଅଲି ଜିନ୍ନାଙ୍କ ପର୍ଯ୍ୟନ୍ତ ଏବଂ ଇନ୍ଦିରାଙ୍କଠାରୁ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଶରେ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏ ବାବଦରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ଶତ୍ରୁଘ୍ନ ସିହ୍ନା କିଛି ଦିନ ପୂର୍ବରୁ ବିଜେପିରେ ଥିଲେ। ତେଣୁ ବିଜେପିରେ ସେ ଏତେଦିନ ଧରି କିଭଳି ଥିଲେ ତାହା ବିଜେପି କହିବା ଆବଶ୍ୟକ।
ଜିନ୍ନା ବୟାନ, ଶତ୍ରୁଘ୍ନଙ୍କୁ ଘେରିଲେ ବିରୋଧୀ
ସଫେଇ ଦେଲେ: ପାଟିରୁ ଖସିଗଲା
/sambad/media/post_attachments/wp-content/uploads/2019/04/v6o7ua0g_shatrughan-sinha-joins-congress_120x90_06_April_19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)