ଚାନ୍ଦବାଲି/ବରୀ: ମୋଦୀ ସରକାର ହାତରେ ଦେଶ ସୁରକ୍ଷିତ। ସେହିଭଳି, ବିନା ସୁଧରେ କୃଷି ଋଣ ଓ ୬୦ ବର୍ଷ ପରେ ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନସନ୍ ମୋଦୀ ସରକାର ଦେବାକୁ ଯୋଜନା କରୁଛନ୍ତି। ୧୯ବର୍ଷ ନବୀନ ସରକାରଙ୍କୁ ଦେଖିଲଣି। ମାତ୍ର ଥରେ ୫ବର୍ଷ ବିଜେପିକୁ ଭୋଟ ଦେଇ ରାଜ୍ୟର କିପରି ବିକାଶ ହୋଇପାରେ, ତାହା ପରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆହ୍ବାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ। ଚାନ୍ଦବାଲିର ଦୁର୍ଗା ପଡ଼ିଆରେ ଆୟୋଜିତ ଏହି ସମାବେଶରେ ଶ୍ରୀ ସିଂ କଂଗ୍ରେସ ଦଳ ଗରିବୀକୁ ନେଇ ରାଜନୀତି କରୁଛି ବୋଲି କଟାକ୍ଷ କରିଥିଲେ। ସେହିପରି ନବୀନ ସରକାର ଓଡ଼ିଆଙ୍କୁ ଠକି ଆସୁଥିବା କହି ନବୀନଙ୍କୁ ସମାଲୋଚନା କରିଥିଲେ। ୧୯ ବର୍ଷ ଶାସନ ପରେ ମଧ୍ୟ ନବୀନ ଆଜି ନିଜର ମାତୃଭାଷା ଓଡ଼ିଆ କହି ପାରୁନାହାନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉ ନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏଠାରେ ଫେଲ୍ ମାରିଛି ବୋଲି କହିଥିଲେ। ଅନ୍ୟପକ୍ଷରେ ମୋଦୀ ସରକାର ହାତରେ ଦେଶ ସୁରକ୍ଷିତ ଓ ଆତଙ୍କବାଦୀଙ୍କକୁ କଡ଼ା ଜବାବ ଦିଆଯାଉଛି ବୋଲି ଦର୍ଶାଇ ମୋଦୀଙ୍କ ପାଇଁ ଭାରତ ଏକ ଶକ୍ତଶାଳୀ ରାଷ୍ଟ୍ରରେ ପରିଣତ ହୋଇଛି ବୋଲି କହିଥିଲେ। ଓଡ଼ିଶାରେ ବିଜେପି ସରକାର ଆସିଲେ ସମସ୍ତଙ୍କୁ ଉଜ୍ଜ୍ବଳା ଗ୍ୟାସ୍ ଏବଂ ସୁନିଶ୍ଚିତ ପକ୍କାଘର ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଥିଲେ। ଭଦ୍ରକ ଲୋକସଭା ଆସନରେ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ନିର୍ବାଚନ ମଣ୍ତଳୀରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଏବଂ ଧାମନଗର ବିଧାୟକ ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କୁ ପଦ୍ମଫୁଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ସେହିଭଳି, ବରୀ ନିର୍ବାଚନ ମଣ୍ଡଳୀର ଗୋବିନ୍ଦାବଟି ଛକ ନିକଟରେ ଅନୁଷ୍ଠିତ ହଜାର ହଜାର ବିଜେପି କର୍ମୀ ଓ ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ସମର୍ଥକଙ୍କ ବିଜୟ ସକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇ ମୋଦୀ ସରକାରଙ୍କର ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହିତ ରାଜ୍ୟର ନବୀନ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଯାଜପୁର ଜିଲ୍ଲା ବିଜେପି ସଭାପତି ତଥା ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସାଂସଦ ପ୍ରାର୍ଥୀ ଅମିୟ ମଲ୍ଲିକ ବକ୍ତବ୍ୟ ରଖିଥିଲେ।
ମୋଦୀ ସରକାର ହାତରେ ଦେଶ ସୁରକ୍ଷିତ: ରାଜନାଥ
ବିଜେପିର ସଂକଳ୍ପ ସମାବେଶ
/sambad/media/post_attachments/wp-content/uploads/2019/04/Untitled-6-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)