ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଅନୁଷ୍ଠିତ ହେବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆସନ୍ତା ୩୦ ତାରିଖରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଶପଥ ନେବ। ଏହାପରେ ୩୧ ତାରିଖରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୬ ତାରିଖରେ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ। ସେହିଦିନ କାମଚଳା ବାଚସ୍ପତି ବା ପ୍ରୋଟେମ୍ ସ୍ପିକର୍ ନିଯୁକ୍ତ ହେବାର ସମ୍ଭାବନା ମଧ୍ୟ ରହିଛି। ପ୍ରୋଟେମ ସ୍ପିକର ନିର୍ବାଚିତ ଏମପିମାନଙ୍କୁ ଶପଥ ପାଠ କରାଇବେ। ତେବେ ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ ୧୦ ତାରିଖରେ ହେବାର ସମ୍ଭାବନା ରହିଛି।
ଜୁନ୍ ୬ରୁ ସଂସଦର ପ୍ରଥମ ଅଧିବେଶନ!
/sambad/media/post_attachments/wp-content/uploads/2019/05/Untitled-15-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)