ପୋଲସରା ବିଧାନସଭା କ୍ଷେତ୍ର : ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ସଙ୍କଟରେ କ˚ଗ୍ରେସ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ ): ୨୦୦୯ ସୀମା ନିର୍ଦ୍ଧାରଣ ବେଳେ ନୂତନ ଭାବେ ଗଠିତ ହୋଇଛି ପୋଲସରା ବିଧାନ ସଭା ନିର୍ବାଚନ ମଣ୍ତଳୀ। ପୋଲସରା ବ୍ଲକ, ବୁଗୁଡା ବ୍ଲକ, ପୋଲସରା ଏନ୍‌ଏସି ଓ ବୁଗୁଡା ଏନ୍‌ଏସିକୁ ନେଇ ଏହି ନିର୍ବାଚନ ମଣ୍ତଳୀ ଗଠିତ। ନବଗଠିତ ଏହି ବିଧାନ ସଭା କ୍ଷେତ୍ର ୨୦୦୯ରେ ପ୍ରଥମେ ନିର୍ବାଚନକୁ ସାମ୍ନା କରିଥିଲା। ନିର୍ବାଚନ ମଇଦାନକୁ ୧୨ଜଣ ପ୍ରାର୍ଥୀ ଓହ୍ଲାଇଥିଲେ। ନିରଞ୍ଜନ ପ୍ରଧାନକୁ ବିଜେଡି ପ୍ରାର୍ଥୀ କରିଥିଲା। ପୂର୍ବତନ ମନ୍ତ୍ରୀ ତଥା ବର୍ଷିୟାନ ନେତା ରାମକୃଷ୍ଣ ପଟ୍ଟନାୟକ କ˚ଗ୍ରେସରୁ ଏବ˚ ଜୟନ୍ତୀ ପଢିଆରୀ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡି-କ˚ଗ୍ରେସ ମଧ୍ୟରୁ ପ୍ରତିଦ୍ବନ୍ଦିତା ହୋଇଥିଲା। ବିଜେପି ତୃତୀୟ ସ୍ଥାନରେ ରହିଥିଲା। ରାମକୃଷ୍ଣ ପଟ୍ଟନାୟକ ୪୩ ହଜାର ୮୭୧ ଖଣ୍ତଭୋଟ ପାଇଥିବା ବେଳେ ବିଜେଡିର ନିରଞ୍ଜନ ପ୍ରଧାନ ୫୫ ୧୯୩ ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୪ରେ ସ୍ଥିତି ବଦଳିଥିଲା। ରାମକୃଷ୍ଣ ପଟ୍ଟନାୟକ କ˚ଗ୍ରେସ ଛାଡି ବିେଜପିରେ ଯୋଗ ଦେଇଥିଲେ। ବିଜେଡି ନିରଞ୍ଜନ ପ୍ରଧାନଙ୍କୁ ଆଉ ପ୍ରାର୍ଥୀ କରି ନ ଥିଲା। ବିଜେଡିରୁ ଶ୍ରୀକାନ୍ତ ସାହୁ, କ˚ଗ୍ରେସରୁ ଗୋକୁଳାନନ୍ଦ ମଲ୍ଲିକ ଏବ˚ ଭାଜପାରୁ ରାମକୃଷ୍ଣ ପଟ୍ଟନାୟକଙ୍କ ପତ୍ନୀ ତଥା ପୂର୍ବତନ ସା˚ସଦ କୁମୁଦିନୀ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ରଣାଙ୍ଗନକୁ ସୁମଦାୟ ୧୧ଜଣ ପ୍ରାର୍ଥୀ ଓହ୍ଲାଇଥିଲେ। ପୂର୍ବଥର ଭଳି ବିଜେଡି-କ˚ଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ବିେଜପି ତୃତୀୟ ସ୍ଥାନରେ ରହିଥିଲା। ୬୬ହଜାର ୭୬୬ଖଣ୍ତ ଭୋଟ ପାଇଁ ଶ୍ରୀକାନ୍ତ ସାହୁ ବିଜୟୀ ହୋଇଥିଲେ।

ବିଧାୟକଙ୍କୁ ଦଳୀୟ କନ୍ଦଳର ସାମ୍ନା କରିବାକୁ ପଡିଥିଲା। ଏପରିକି ତାଙ୍କ ପଛରେ ବିରୋଧୀ ଲାଗି ପଡିଥିଲେ। ସେ ମିଥା ସତ୍ୟପାଠ ମାମଲାରେ ବି ଛନ୍ଦି ହୋଇ ପଡିଛନ୍ତି। ମାମଲା ହାଇକୋର୍ଟରେ ପହଁଞ୍ଚିଥିବା ବେଳେ ୩ ମାସ ମଧ୍ୟରେ ଫଇସଲା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ମୁଣ୍ତ ଉପରେ ନିର୍ବାଚନ ରହିଥିବା ବେଳେ ସ୍ଥାନୀୟ ବିଧାୟକ ଏହି ଅଡୁଆରେ ପଡିଛନ୍ତି। କିନ୍ତୁ ନିର୍ବାଚନ ମଣ୍ତଳୀ ଗସ୍ତ କରି ପ୍ରତ୍ୟହ କିଛି ନା କିଛି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଲୋକଙ୍କ ସହିତ ରହିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ଶ୍ରୀକାନ୍ତ ସାହୁ             ୬୬,୭୬୬
କ˚ଗ୍ରେସ   ଗୋକୁଳା ନନ୍ଦ ମଲ୍ଲିକ     ୪୫,୫୪
ଭାଜପା     କୁମୁଦିନୀ ପଟ୍ଟନାୟକ     ୧୮, ୪୬୭
ନୋଟା      ………                   ୧,୪୪୬

ସେପଟେ ବିଜେଡିରେ ଆଶାୟୀ ସ˚ଖ୍ୟା ସୀମା ଟପିଛି। ଏହି ନିର୍ବାଚନମଣ୍ତଳୀରୁ ବିଜେଡିରୁ ପ୍ରାର୍ଥୀ ହେବାକୁ ୮ଜଣ ଆଶାୟୀ ରହିଛନ୍ତି। ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ପ୍ରଭାକର ପଣ୍ତା, ବରିଷ୍ଠ ସାମ୍ବାଦିକ ଜ୍ୟୋର୍ତିମୟ ପଟ୍ଟନାୟକ, ଢୁଙ୍କାପଡାର ପୂର୍ବତନ ସରପଞ୍ଚ ଆରତୀ ଦେବୀ, ଗୋପାଳ ଚନ୍ଦ୍ର ନାୟକ, ଡାକ୍ତର ବସନ୍ତ କୁମାର ଦାସ, ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମ ନାରାୟଣ ସାହୁ ପ୍ରମୁଖ ଆଶାୟୀ ରହିଛନ୍ତି। ବିରୋଧୀଙ୍କୁ ପ୍ରତିହତ କରି ପୁଣି କିଭିଳି ବିଜେଡି ଟିକେଟ ପାଇବେ ସେଥିପାଇଁ ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ଲବି ଚଳାଇଛନ୍ତି।

କ˚ଗ୍ରେସକୁ ବିପର୍ଯ୍ୟୟ ପିଛା ଛାଡୁନାହିଁ। ୨୦୦୯ରେ କ˚ଗ୍ରେସରୁ ପ୍ରାର୍ଥୀ ହୋଇଥିବା ରାମକୃଷ୍ଣ ପଟ୍ଟନାୟକ ୨୦୧୪ ନିର୍ବାଚନ ପୂର୍ବରୁ ଦଳ ଛାଡିଥିଲେ। ୨୦୧୪ ନିର୍ବାଚନରେ କ˚ଗ୍ରେସରୁ ପ୍ରାର୍ଥୀ ହୋଇଥିବା ଗୋକୁଳା ନନ୍ଦ ମଲ୍ଲିକ ଦଳ ଛାଡି ପଦ୍ମ ଧରିଛନ୍ତି। ବିେଜପିରୁ ଗୋକୁଳାନନ୍ଦ ମଲ୍ଲିକ ଓ ପ୍ରତାପ ନାୟକ ଆଶାୟୀ ରହିଥିବା ଜଣାପଡିଛି। ତେବେ କ˚ଗ୍ରେସ ଏହି ନିର୍ବାଚନ ମଣ୍ତଳୀରୁ ଯୋଗ୍ୟ ପ୍ରାର୍ଥୀ ପାଉ ନ ଥିବା କୁହାଯାଉଛି। ତେବେ କ˚ଗ୍ରେସରୁ ସୁବ୍ରତ ପଟ୍ଟନାୟକ ଏବ˚ ଅଗସ୍ତି ବରାଡ ଏହି ୨ଜଣ ଆଶାୟୀ ରହିଥିବା ଚର୍ଚ୍ଚା ଧରିଛି।

ସମ୍ବନ୍ଧିତ ଖବର