ନୂଆଦିଲ୍ଲୀ : କଂଗ୍ରେସର ଜାତୀୟ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଆଜି ଦଳର ସବୁ ପଦବିରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡ଼ିବାର ମାତ୍ର କିଛି ଘଣ୍ଟା ପରେ ପ୍ରିୟଙ୍କା ଶିବସେନାରେ ଯୋଗ ଦେଇଛନ୍ତି। ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଆଜି ଶିବସେନାରେ ଆନୁଷ୍ଠାନିକ ଭାବେ ଯୋଗଦେବା ପରେ ସେ କହିଛନ୍ତି ଯେ କଂଗ୍ରେସରେ ମହିଳାଙ୍କୁ ଅସମ୍ମାନ ତାଙ୍କ ପାଇଁ ଅସହ୍ୟ ଥିଲା। ତାଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ କଂଗ୍ରେସ ଦଳ ପୁନଃ ଥଇଥାନ କରିବା ଏବଂ ମହିଳାଙ୍କ ସମ୍ମାନ ପ୍ରତି ବେଖାତିର ଭାବ୍ ଦେଖାଇଥିବାରୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର ମଥୁରାରେ କିଛି ଦିନ ପୂର୍ବେ ପ୍ରିୟଙ୍କାଙ୍କୁ ଦୁର୍ବ୍ୟବହାର କରିଥିବା କେତେକ କଂଗ୍ରେସ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ପୁଣିଥରେ ସେମାନଙ୍କୁ ଦଳରେ ଥଇଥାନ କରାଯିବାରୁ ପ୍ରିୟଙ୍କା ଏହାର ବିରୋଧ କରିଥିଲେ। ଦଳ ପାଇଁ ଯେଉଁମାନେ ଝାଳ ରକ୍ତ ଦେଇ କାମ କରୁଛନ୍ତି ସେମାନଙ୍କୁ ଦଳରେ କିଛି ଗୁରୁତ୍ବ ଦିଆଯାଉନି ଅଥଚ ଗୁଣ୍ଡା ଏବଂ ବଦ୍ମାସମାନଙ୍କୁ ଦଳରେ ପ୍ରାଧାନ୍ୟ ମିଳୁଛି ବୋଲି ପ୍ରିୟଙ୍କା ଟ୍ବିଟ୍ କରି କହିଥିଲେ। ତେବେ ପ୍ରିୟଙ୍କାଙ୍କୁ ଲୋକସଭା ଟିକେଟ୍ ମିଳିନଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଦେଇଛନ୍ତି ବୋଲି ପ୍ରଶ୍ନ ଉଠିବାରୁ ପ୍ରିୟଙ୍କା ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ ଲୋକସଭା ଟିକେଟ୍ ନମିଳିବା ସହ ସେ କଂଗ୍ରେସ ଛାଡ଼ିବାର କୌଣସି ସଂପର୍କ ନାହିଁ। ପ୍ରିୟଙ୍କା ଟ୍ବିଟର୍ରେ ନିଜ ଇସ୍ତଫା ପତ୍ର ପୋଷ୍ଟ୍ କରିବା ସହ କଂଗ୍ରେସର ନୀତିକୁ କଡ଼ା ସମାଲୋଚନା କରିଛନ୍ତି।
କଂଗ୍ରେସ ଛାଡ଼ି ଶିବସେନାରେ ପ୍ରିୟଙ୍କା ଚତୁର୍ବେଦୀ
/sambad/media/post_attachments/wp-content/uploads/2019/04/Untitled-14-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)