ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଆଜି ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବାହାରେ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରିୟଙ୍କା ଆସାମର ସିଲ୍ଚର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ଦେବଙ୍କ ପାଇଁ ରୋଡ୍ ସୋ କରିବା ସହ ଜନସଭାରେ ଉଦ୍ବୋଧନ ଦେଇଛନ୍ତି। ପ୍ରିୟଙ୍କା ଉତ୍ତର ପ୍ରଦେଶରେ ଦଳର ଦାୟିତ୍ବ ନେବା ପରଠାରୁ ତାଙ୍କ ପ୍ରଚାର ଅଭିଯାନକୁ କେବଳ ୟୁପିରେ ସୀମିତ ରଖିଥିଲେ। ସିଲ୍ଚର ଆସନରେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ଟକ୍କର ହେଉଥିବା ବେଳେ ଆଜି ତାଙ୍କର ପ୍ରଚାର ଏଠାରେ କଂଗ୍ରେସକୁ ଉତ୍ସାହିତ କରିଛି। ଦଳର ଷ୍ଟାର୍ ପ୍ରଚାରକ ପ୍ରିୟଙ୍କାଙ୍କୁ ପ୍ରଚାର ପାଇଁ ସବୁ ରାଜ୍ୟରେ କଂଗ୍ରେସ ନେତାମାନେ ଚାହୁଥିଲେ ମଧ୍ୟ ତାଙ୍କର ପ୍ରଚାର ରଣନୀତିକୁ ପ୍ରଘଟ କରାଯାଉ ନାହିଁ। ଆଜି ପ୍ରଥମ ଥର ପାଇଁ ଆସାମରେ ପ୍ରଚାର ବେଳେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ। ମୋଦୀ ସମ୍ବିଧାନକୁ ସମ୍ମାନ ଦେଉନାହାନ୍ତି ଏବଂ ଏନ୍ଡିଏ ସରକାର ଏହାକୁ ଧ୍ବଂସ କରୁଛି ବୋଲି ସେ କହିଥିଲେ। ମୋଦୀ ସାରା ବିଶ୍ବ ଭ୍ରମଣ କରୁଛନ୍ତି, କିନ୍ତୁ ବାରଣାସୀରେ କୌଣସି ପରିବାରକୁ ୫ ମିନିଟ୍ ସମୟ ଦେଇନାହାନ୍ତି ବୋଲି ପ୍ରିୟଙ୍କା କହିଥିଲେ।
ଆସାମରେ ପ୍ରିୟଙ୍କାଙ୍କ ରୋଡ୍ ସୋ, ୟୁପି ବାହାରେ ପ୍ରଥମ ପ୍ରଚାର, ନିଶାଣରେ ମୋଦୀ
/sambad/media/post_attachments/wp-content/uploads/2019/04/priyanka-gandhi-in-ayodhya_6c905df6-5e01-11e9-aa5c-e004eddcd1be.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)