ନୂଆଦିଲ୍ଲୀ : ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ବିଜେପି ଭୋପାଳ ଆସନରୁ ପ୍ରାର୍ଥୀ କରିଥିବାରୁ ଏହାକୁ ନେଇ ରାଜନୀତି ଜୋର ଧରିଛି। ସାଧ୍ବୀ ନିର୍ବାଚନ ଲଢ଼ିବା ବିଷୟକୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ରାଜନୈତିକ କାର୍ଯ୍ୟକର୍ତ୍ତା ତହସିନ୍ ପୁନାୱାଲ୍ଲା ଆଜି ସାଧ୍ବୀଙ୍କ ନିର୍ବାଚନ ଲଢ଼ିବାକୁ ବାରଣ କରି ଇସିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଇସିଙ୍କ ନିକଟକୁ ଏକ ଚିଠି ଲେଖି ପୁନାୱାଲା କହିଛନ୍ତି ଯେ ମହାରାଷ୍ଟ୍ର ଏଟିଏସ୍ ସାଧ୍ବୀଙ୍କୁ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଜଣେ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଦର୍ଶାଇଥିଲେ। ଦରଘା ବିସ୍ଫୋରଣ ମାମଲାରେ ମଧ୍ୟ ତାଙ୍କ ନାଁ ଉଠିଥିଲା। ତେଣୁ ନିର୍ବାଚନ କମିସନ୍ ଏ ଦିଗରେ ସାଧ୍ବୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରିବାପାଇଁ ସେ ଇସିଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ମାଲେଗାଓଁ ବିସ୍ଫୋରରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପିତା ଆଜି ସାଧ୍ବୀଙ୍କ ନିର୍ବାଚନ ଲଢ଼ିବାକୁ ବିରୋଧ କରି ମୁମ୍ବାଇର ଏନ୍ଆଇଏ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।
ସାଧ୍ବୀଙ୍କୁ ବିରୋଧ, ନିର୍ବାଚନ ଲଢ଼ିବା ସୁଯୋଗ ନଦେବାକୁ ଇସିଙ୍କୁ ଆବେଦନ
/sambad/media/post_attachments/wp-content/uploads/2019/04/sidhu-oneindia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)