ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଥିଲେ। ତାଙ୍କ ନେତୃତ୍ବରେ ପାଲଲହଡ଼ା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କ୍ଷୀରୋଦ୍ରି ବେହେରା, ସରୋଜ ଭୂୟାଁ, ଅଞ୍ଜଳି କିଶାନ, ନିଗମାନନ୍ଦ ସାହୁ, ରଞ୍ଜନ ସେଠୀ, ଲମ୍ବୋଦର ସାହୁ, ଲକ୍ଷ୍ମଣ ଜେନା, ଗୋପବନ୍ଧୁ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ବିଜେପିରେ ସାମଲ ହୋଇଥିଲେ। ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ପାଣି କହିଥିଲେ। ବିଜେପିର କଟକ ସଦର ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସତ୍ୟ ଜେନା, ଶ୍ରୀମନ୍ତିନୀ ବେହେରା, ସାଧୁ ଜେନା, ରମା ପ୍ରସାଦ ବିଶ୍ବାଳ, ଲକ୍ଷ୍ମୀପ୍ରିୟା ସ୍ବାଇଁ, ରଞ୍ଜନା ସେଠୀଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ସେହିପରି ତାଳଚେର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲଙ୍କ ନେତୃତ୍ବରେ ପ୍ରଭାକର ପ୍ରଧାନ, ବବିଚା ପ୍ରଧାନ ଓ ସତ୍ୟାନନ୍ଦ ପଟ୍ଟନାୟକ ବିଜେପିରେ ଯୋଗ ଦେଇଥିଲେ। ମୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କ ପୁଅ ଚିତ୍ତରଞ୍ଜନ ଦାସ, ଆର୍ଏମ୍ସିର ଉପାଧ୍ୟକ୍ଷ ବିଜୟ କୁମାର ମହାପାତ୍ର, ଚିତ୍ତରଞ୍ଜନ ସେଜପଡ଼ା, ଅମୁଲ୍ୟ କୁମାର ସିଂହ, ସୁରେନ୍ଦ୍ର ଦେଓ ପ୍ରମୁଖ ବିଜେପିରେ ମିଶିଥିଲେ। ପୁରୀ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଶଙ୍କର୍ଷଣ ପରିଡ଼ା, ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ସୁନନ୍ଦା ଶତପଥୀ, ଚଣ୍ଡୀ ପ୍ରସାଦ ସିଂହ, ଧୀରେନ ରାୟ ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ। ଏହା ସହ ତାଳଚେର ନିର୍ବାଚନମଣ୍ଡଳୀ ଓ ନିଶ୍ଚିନ୍ତକୋଇଲି ବ୍ଲକ୍ର ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ।
ବିଜେପିରେ ମିଶିଲେ ରବି ପାଣି
/sambad/media/post_attachments/wp-content/uploads/2019/04/download-1-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)