ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଏବେ ଆତ୍ମ ମନ୍ଥନ ଚାଲିଥିବା ବେଳେ ବରିଷ୍ଠ କଂଗ୍ରେସ ନେତାମାନଙ୍କ ପୁତ୍ର ମୋହକୁ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର ସ୍ବାର୍ଥକୁ ଅଣଦେଖା କରି ବରିଷ୍ଠ ନେତାମାନେ ନିଜ ନିଜର ପୁଅମାନଙ୍କ ସ୍ବାର୍ଥକୁ ଊର୍ଦ୍ଧ୍ବରେ ରଖିଥିଲେ ବୋଲି ରାହୁଲ ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରୋକ୍ଠୋକ ଶୁଣାଇ ଦେଇଥିଲେ। ପରାଜୟର କାରଣ ନେଇ ସମୀକ୍ଷା ଚାଲିଥିବା ବେଳେ ରାହୁଲ କହିଥିଲେ ଯେ ଯେଉଁଠି କଂଗ୍ରେସର ସରକାର ରହିଛି ସେହି ରାଜ୍ୟରେ ମଧ୍ୟ ଦଳ ଅତି ଖରାପ ପ୍ରଦର୍ଶନ କରିବା ଚିନ୍ତାଜନକ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ ଦଳର ସ୍ବାର୍ଥ ଅପେକ୍ଷା ନିଜ ନିଜ ପୁଅମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇଥିଲେ ବୋଲି ରାହୁଲ କହିଥିଲେ। ୨୦୧୯ ଲୋକସଭା ନିର୍ବାଚନ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଅନେକ ନେତାଙ୍କ ଢିଲା ନୀତି ବିପର୍ଯ୍ୟୟର ଅନ୍ୟତମ ପ୍ରମୁଖ କାରଣ ଥିଲା ବୋଲି ରାହୁଲ କହିଥିଲେ। ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଇସ୍ତଫା ଦେବାକୁ ଚାହିବାରୁ ଚିଦମ୍ବରମ କହିଥିଲେ ଯେ ସେ ଇସ୍ତଫା ଦେଲେ ଦଳର ଅନେକ କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଦେଇ ପାରନ୍ତି। ଏହାପରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ରାହୁଲଙ୍କ ଇସ୍ତଫା ନାମଂଜୁର କରିଥିଲେ।
‘ପୁତ୍ରମୋହ’ ପାଇଁ ରାହୁଲ କ୍ଷୁବ୍ଧ: କମଳନାଥ, ଗେହଲଟ, ଚିଦମ୍ବରମ ଦଳ ସ୍ବାର୍ଥ ଅପେକ୍ଷା ପୁତ୍ର ସ୍ବାର୍ଥକୁ ଗୁରୁତ୍ବ ଦେଇଥିଲେ
/sambad/media/post_attachments/wp-content/uploads/2019/05/Untitled-5-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)