ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିବା ଦୁଇଟି ବୁଥରେ ସାନି ମତଦାନ ହେବ। ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ପୁଲିଂ ବୁଥ୍ ଏମପିଭି-୬୫ ଓ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ସିଟି ହାଇସ୍କୁଲ-୨ ପୁଲିଂ ବୁଥରେ ସାନି ଭୋଟଗ୍ରହଣ ପାଇଁ ଭାରତ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୧ ତାରିଖରେ ଏହି ଦୁଇଟି ବୁଥରେ ହୋଇଥିବା ମତଦାନକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିସ କ୍ରମେ ନିର୍ବାଚନ କମିସନ ରଦ୍ଦ କରିଛନ୍ତି। ଆସନ୍ତା ୧୮ ତାରିଖରେ ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଏମପିଭି-୬୫ ବୁଥରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ବ୍ରହ୍ମପୁର ସିଟି ହାଇସ୍କୁଲରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ୍ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ଦୁଇଟି ବୁଥ୍ରେ ସାନି ମତଦାନ ପାଇଁ ନିର୍ଦ୍ଦେଶ, ଏମପିଭି-୬୫, ବ୍ରହ୍ମପୁରର ସିଟି ହାଇସ୍କୁଲରେ ରଦ୍ଦ ହୋଇଥିଲା ମତଦାନ
/sambad/media/post_attachments/wp-content/uploads/2019/04/voting_election_reuters-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)