ମହାତ୍ମା-ଆରଏସ୍‌ଏସ୍‌ ସଂପର୍କ: ରାଜନୈତିକ ତିକ୍ତତାରେ ତଥ୍ୟ ଲୁଚି ଯାଉଛି

ନୂଆଦିଲ୍ଲୀ : ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମଧ୍ୟରେ ତିକ୍ତ ସଂପର୍କକୁ ଦର୍ଶାଇ ଅନେକ ଚର୍ଚ୍ଚା ହେଉଛି। ନିକଟରେ ଜଣେ ରାଜନେତା ତାଙ୍କ ନିର୍ବାଚନୀ ଭା‌ଷଣରେ କହିଥିଲେ ‌ଯେ ଏଥର ଭୋଟ୍‌‌ରେ ଲୋକେ ମହାତ୍ମା ଗାନ୍ଧୀ ନଚେତ୍‌ ନାଥୁରାମ୍‌ ଗଡସେଙ୍କୁ ବାଛି‌ବେ। ଅର୍ଥା‌ତ୍‌ ଗାନ୍ଧୀ ଏବଂ ଆରଏସ୍ଏସ୍‌ ମଧ୍ୟରେ ଚୟନ ହେବ। ଆରଏସଏସ୍‌ ସଦସ୍ୟ ନାଥୁରାମ୍‌ ଗ‌ଡସେଙ୍କ ହାତରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଯାଇଥିଲା। ସେଥିପାଇଁ ଗାନ୍ଧୀଜୀଙ୍କ ସହ ଆରଏସଏସ୍‌ର ସମ୍ପର୍କକୁ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଛି। ସାଧାରଣରେ ବିଶ୍ବାସ କରାଯାଏ ଯେ ଗାନ୍ଧୀଜୀ ଏବଂ ଆର୍‌ଏସ୍‌ଏସ୍‌ ଚିନ୍ତାଧାରା ସଂପୂର୍ଣ୍ଣ ବିପରୀତ । କିନ୍ତୁ ବାସ୍ତବରେ ଯଦି ସଂଘ ପରିବାର ସହ ଗାନ୍ଧୀଜୀଙ୍କ ସମ୍ପର୍କକୁ ଭଲଭାବେ ତଉଲାଯାଏ ‌ତେବେ ଏଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିବ।

ଗାନ୍ଧୀଜୀଙ୍କ କେତେକ ନୀତି ଏବଂ ଚିନ୍ତାଧାରାକୁ ଆରଏସଏସ୍‌ ବିରୋଧ କରୁଥିଲେ ମଧ୍ୟ ଭାରତର ସ୍ବାଧୀନତା ସଂଗ୍ରାମକୁ ଜୋର୍‌ଦାର କରିବା ପାଇଁ ଗାନ୍ଧୀଜୀଙ୍କ ପ୍ରୟାସକୁ ଆରଏସଏସ୍‌ ସମର୍ଥନ କରିଥିଲା। ଆରଏସଏସ୍‌ର ପ୍ରତିଷ୍ଠାତା ଡ. ବି କେ ହେଡଗେୱାର ୧୯୨୧ ମସିହାରେ ଗାନ୍ଧୀଜୀଙ୍କ ଦ୍ବାରା ହୋଇଥିବା ଅସ‌ହ‌ଯୋଗ ଆନ୍ଦୋଳନ ଏବଂ ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନରେ ଜଣେ ସକ୍ରିୟ ସଦସ୍ୟ ରହିଥିଲେ। ଏଥିପାଇଁ ତାଙ୍କୁ ଦୁଇବର୍ଷ ଜେଲ୍‌ଦଣ୍ଡ ହୋଇଥିଲା। ମାର୍ଚ୍ଚ ୧୮, ୧୯୨୨ରେ ଗାନ୍ଧୀଙ୍କୁ ୬ ବର୍ଷ ଜେଲ୍‌ଦଣ୍ଡ ହୋଇଥିଲା। ତା’ ପରଠାରୁ ପ୍ରତି ମାସର ୧୮ ତାରିଖକୁ ଗାନ୍ଧୀ ଦିବସ ଭାବେ ପାଳନ କରାଗଲା। ‌‌‌ ‌ଗାନ୍ଧୀଜୀ ଯେତେବେଳେ ଜେଲ୍‌ରେ ଥିଲେ ସେ ସମୟରେ ତାଙ୍କରକିଛି ସମର୍ଥକ ଦେଶପ୍ରେମ ନାଁରେ ନିଜ ସ୍ବାର୍ଥ ସାଧନ କରିବାରୁ ବିବାଦ ଆରମ୍ଭହୋଇଥିଲା। ଏ ସଂକ୍ରାନ୍ତ ବିସଙ୍ଗତିକୁ ହେଡ଼ଗେୱାର ୧୯୨୨ ଅକ୍ଟୋବରରେ ଗାନ୍ଧୀ ଦିବସରେ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ। ସେହିପରି ୧୯୩୪ରେ ଗା‌ନ୍ଧୀଜୀ ଜମନାଲାଲ୍‌ ବଜାଜ୍‌ଙ୍କ ବାସଭବନରେ ରହୁଥିବାବେଳେ ସେ ଆରଏସଏସ୍‌ର ଏକ ଶିବିରକୁ ପରିଦର୍ଶନ କରିଥିଲେ । ସେ ସମୟରେ ସେ ଅନୁସୂଚିତ ଜାତି ଏବଂ ଜନଜାତି ସ୍ବୟଂ ସେବକମାନଙ୍କୁ ଆରଏସଏସ ଶିବିରରେ ସ୍ଥାନ ପାଇଥିବା ଦେଖି ଖୁବ୍‌ ଖୁସି ହୋଇଥିଲେ। ସଂଘ ପରିବାରର ଏଭଳି କାର୍ଯ୍ୟକୁ ଗାନ୍ଧୀ ବହୁ ପ୍ରଶଂସା କରିଥିଲେ। ଏହିପରି ଅନେକ ଦୃଷ୍ଟାନ୍ତକୁ ନଜରକୁ ନେଲେ ଗାନ୍ଧୀ ଏବଂ ଆରଏସଏସ୍‌ ମଧ୍ୟରେ ସମ୍ପର୍କ ଖୁବ୍‌ ଭଲ ଥିଲା ବୋଲି ଜଣାପଡ଼େ। ଆରଏସଏସ୍‌ର ଯୁଗ୍ମ ସାଧାରଣ ସଚିବ ମନମୋହନ ବୈଦ୍ୟଙ୍କ ଏକ ଲେଖାରୁ ଏ ବାବଦ ସୂଚନା ମିଳିଛି।

ସମ୍ବନ୍ଧିତ ଖବର