ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ୩ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ସଂପୂର୍ଣ୍ଣ ହେବାପରେ କଂଗ୍ରେସ କହିଛି ଯେ ଯେ ଦେଶର ସବୁ ଅଂଚଳରେ ନିରବ ଭୋଟର୍ଙ୍କ ସମର୍ଥନ ଦଳ ସପକ୍ଷରେ ରହିଛି। ଦଳ ହାଇ ଭୋଲଟେଜ ପ୍ରଚାର ଅପେକ୍ଷା ଏଥର ବୁଥ୍ସ୍ତରରେ ସ୍ଥିତି ମଜବୁତ ପାଇଁ ପ୍ରୟାସ କରିଛି ଏବଂ ଏହାର ସୁଫଳ ମିଳିବ ବୋଲି କଂଗ୍ରେସ ଡାଟା ୱିଙ୍ଗ୍ର ମୁଖ୍ୟ ତଥା ବରିଷ୍ଠ ନେତା ପ୍ରବୀଣ ଚକ୍ରବର୍ତ୍ତୀ କହିଛନ୍ତି। ୨୦୧୪ରେ ଯେଭଳି ମୋଦୀ ଲହର ଥିଲା ଏଥର ସେଭଳି କିଛି ନାହିଁ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଥିବା ଅସନ୍ତୋଷର ଫାଇଦା କଂଗ୍ରେସକୁ ମିଳିବ ବୋଲି ସେ କହିଛନ୍ତି। ୨୦୧୪ରେ କେବଳ ବିଜେପି ଏକାକୀ ୨୮୨ ଆସନ ଦଖଲ କରିଥିଲା। ଏଥର ଚିତ୍ର ସଂପୂର୍ଣ୍ଣ ବଦଳିଯିବ ବୋଲି ସେ କହିଛନ୍ତି।
କଂଗ୍ରେସର ଦାବି, ନିରବ ଭୋଟର୍ ଆମ ସପକ୍ଷରେ
/sambad/media/post_attachments/wp-content/uploads/2019/04/Indian_National_Congress_svg-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)