ଆମେଥି : ଉତ୍ତରପ୍ରଦେଶର ଆମେଥି ଆସନରେ ନିର୍ବାଚନ ଲଢ଼ୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆମେଥିରେ ପ୍ରିୟଙ୍କାଙ୍କ ନିର୍ବାଚନୀ ପ୍ରଚାରକୁ ବିରୋଧ କରି ସ୍ମୃତି କହିଛନ୍ତି ଯେ ଅଭିଭାବକମାନେ ପ୍ରିୟଙ୍କାଙ୍କଠାରୁ ସେମାନଙ୍କ ପିଲାମାନଙ୍କୁ ଦୂରେଇ ରଖିବା ଉଚିତ୍। ପ୍ରିୟଙ୍କା ପିଲାମାନଙ୍କୁ ଭୁଲ୍ ବାଟରେ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବାପାଇଁ ପ୍ରିୟଙ୍କା ପିଲାମାନଙ୍କୁ ବ୍ୟବହାର କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ସ୍ମୃତିଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରିୟଙ୍କା ନିର୍ବାଚନ ପ୍ରଚାର କରିଥିବା ସମୟରେ ଖୁବ୍ କମ୍ ବୟସର ପିଲାମାନେ ମୋଦୀଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ତେବେ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସ୍ମୃତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ପ୍ରିୟଙ୍କାଙ୍କ ପ୍ରଚାର ନେଇ ସ୍ମୃତିଙ୍କ ଚେତାବନୀ
ପିଲାମାନଙ୍କୁ ପ୍ରିୟଙ୍କାଙ୍କଠାରୁ ଦୂରେଇ ରଖିବା ଉଚିତ
/sambad/media/post_attachments/wp-content/uploads/2019/05/priyanka_pti_750_1556697711_555x313.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)