ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ଆମେଥିର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ନିର୍ବାଚନ କମିସନ୍ଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ ସେ ଜଣେ ଗ୍ରାଜୁଏଟ୍ ନୁହନ୍ତି। କିନ୍ତୁ ୨୦୧୪ ନିର୍ବାଚନ ସମୟରେ ସ୍ମୃତି ଦାଖଲ କରିଥିବା ସତ୍ୟପାଠରେ ସେ ନିଜକୁ ଜଣେ ଗ୍ରାଜୁଏଟ୍ ବୋଲି ଦର୍ଶାଇଥିଲେ। ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ସ୍କୁଲ୍ ଅଫ୍ ଓପନ୍ ଲର୍ଣ୍ଣିଂରେ ୧୯୯୪ରେ ଗ୍ରାଜୁଏସନ ଶେଷ କରିଥିଲେ ବୋଲି କହିଥିଲେ । କିନ୍ତୁ ୨୦୧୪ ନିର୍ବାଚନରେ ସ୍ମୃତିଙ୍କ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ସହ ଚଳିତ ନିର୍ବାଚନର ସତ୍ୟପାଠ ମେଳ ଖାଉ ନଥିବାରୁ କଂଗ୍ରେସ ଏନେଇ ଆଜି ସ୍ମୃତିଙ୍କୁ ସମାଲୋଚନା କରିଛି। ସ୍ମୃତି ନିଜ ଶିକ୍ଷା ସଂପର୍କରେ ଲଗାତାର ମିଥ୍ୟା କହୁଛନ୍ତି ବୋଲି କହିଛି କଂଗ୍ରେସ। ଏଥିପାଇଁତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସ୍ମୃତି ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ ତାଙ୍କ କ୍ଷମତାର ଅପବ୍ୟବହାର କରୁଛନ୍ତି । ତେବେ ସ୍ମୃତି ସ୍ବୀକାର କରିଛନ୍ତି ଯେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏକ ଅଣ୍ଡରଗ୍ରାଜୁଏଟ୍ କୋର୍ସ୍ ପାଇଁ ଆଡମିସନ୍ କରିଥିଲେ, କିନ୍ତୁ ସେ ଏହା ସମ୍ପୂର୍ଣ୍ଣ କରିନାହାନ୍ତି।
ବିବାଦରେ ସ୍ମୃତିଙ୍କ ଡିଗ୍ରି, ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସର ଦାବି
/sambad/media/post_attachments/wp-content/uploads/2019/04/smri-1544011531.jpg)