ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାଜେୟ ନୁହନ୍ତି। ବିଜେପି ମଧ୍ୟ ୨୦୦୪ ଲୋକସଭା ନିର୍ବାଚନ କଥା ଆଦୌ ଭୁଲିବା ଉଚିତ୍ ନୁହେଁ ବୋଲି ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଏବରେଲି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ କହିଛନ୍ତି। ୨୦୦୪ ନିର୍ବାଚନରେ ଅଟଳ ବିହାରି ବାଜପେୟୀଙ୍କ ନେତୃତ୍ବାଧୀନ ଏନ୍ଡିଏ କ୍ଷମତାକୁ ଫେରିବେ ବୋଲି ଦୃଢ଼ ବିଶ୍ବାସ ରହିଥିଲା କିନ୍ତୁ ଏହିବର୍ଷ କଂଗ୍ରେସ ନିର୍ବାଚନ ଜିତି କ୍ଷମତାକୁ ଆସିଥିଲା। ତେଣୁ ବିଜେପି ଏହାକୁ ଭୁଲିଯିବା ଉଚିତ୍ ନୁହେଁ ବୋଲି ସୋନିଆ ଆଜି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାଜେୟ କି ବୋଲି ସାମ୍ବାଦିକମାନଙ୍କର ଏକ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସୋନିଆ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସୋନିଆ ପ୍ରଥମେ କଂଗ୍ରେସ କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିଥିଲେ ଏବଂ ଏହାପରେ ସେ ରାଏବରେଲିରେ ରୋଡ୍ ସୋ କରିଥିଲେ। । ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଏବଂ ଜ୍ବାଇଁ ରବର୍ଟ ଭଦ୍ରା ଉପସ୍ଥିତ ଥିଲେ। ଆସନ୍ତା ମେ’ ୬ ତାରିଖରେ ରାଏବରେଲିରେ ନିର୍ବାଚନ ହେବ। ସୋନିଆ ଏହି ଆସନରେ କଂଗ୍ରେସର ଜଣେ ପୂର୍ବତନ ଟାଣୁଆ ନେତାଙ୍କୁ ସାମ୍ନା କରିବେ। ପୂର୍ବତନ କଂଗ୍ରେସ ମୁଖ୍ୟ ଦିନେଶ ପ୍ରତାପ ସିଂହ ଯିଏ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ବିଜେପି ତାଙ୍କୁ ଏହି ଆସନରୁ ସୋନିଆଙ୍କ ବିରୋଧରେ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ସପା ଏବଂ ବସପା ମେଣ୍ଟ ଏହି ଆସନରେ ପ୍ରାର୍ଥୀ ଦେଇନାହିଁ। ସୋନିଆ ଏହି ଆସନରୁ ୨୦୦୪, ୨୦୦୬ (ଉପନିର୍ବାଚନ), ୨୦୦୯, ୨୦୧୪ ନିର୍ବାଚନ ଜିତିଥିଲେ।
ପ୍ରାର୍ଥିପତ୍ର ଦାଖଲ କଲେ ସୋନିଆ, ମୋଦୀ ଅପରାଜେୟ ନୁହନ୍ତି, ‘୨୦୦୪ କଥା ଭୁଲିଯାଅନି’
/sambad/media/post_attachments/wp-content/uploads/2019/04/sonia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)