ସୋରଡ଼ା ନିର୍ବାଚନମଣ୍ଡଳୀ : ଦଳୀୟ ଟିକେଟ ଅପେକ୍ଷାରେ ଲମ୍ବା ଧାଡ଼ି

ଭଞ୍ଜନଗର, (ଜ୍ଞାନଚାନ୍ଦ ଜଗନ୍ନାଥ): ଏକଦା ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନମଣ୍ଡଳୀ ଥିଲା କଂଗ୍ରେସର ଗଡ। ଏହି ନିର୍ବାଚନ ମଣ୍ଡଳୀରେ ପ୍ରଥମ ବିଧାୟକ ଭାବେ କଂଗ୍ରେସ ଦଳରୁ ବିଜୁ ପଟ୍ଟନାୟକ ବିଜୟଲାଭ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥ‌ିଲେ। ଏହାପରେ ସବୁଠାରୁ ଅଧିକ ଥର କଂଗ୍ରେସ ହାତକୁ ଏହି ନିର୍ବାଚନମଣ୍ଡଳୀ ଯାଇଛି। କିନ୍ତୁ ଲଗାତାର ଦୁଇ ଦୁଇ ଥର ଏଠାରୁ ବିେଜଡି ଜିତିଲାଣି। ଦୁଇ ଥରିଆ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଟିକଟ ପାଇବା ପାଇଁ ଆଶାୟୀ ଅଛନ୍ତି। ଆଉ କିଛି ପୁରୁଣା ନେତାଙ୍କ ନଜର ବି ବିେଜଡି ଟିକେଟ ଉପରେ ରହିଛି। େସପଟେ ବିଜେପି ଶାସକ ଦଳର ଅସନ୍ତୁଷ୍ଟଙ୍କୁ ହାତେଇବା ପାଇଁ ଯୋଜନା ଆରମ୍ଭ କରିଛି। କଂଗ୍ରେସ ‌ମଧ୍ୟ ନିଜର ସଂଗଠନକୁ ଦୃଢ଼ କରି କ୍ଷମତାକୁ େଫରିବା ପାଇଁ ଚେଷ୍ଟା ଜାରି ରଖିଛି।

ପୂର୍ବରୁ ସୋରଡା ନିର୍ବାଚନ ମଣ୍ଡଳୀରେ ଧରାକୋଟ ବ୍ଲକ ଥିଲା। ଏଣୁ ବିଧାୟକ ପଦବି ଅନେକବାର ରାଜପରିବାରଙ୍କ ହାତକୁ ଯାଇଛି। ରାଜା ଅନ୍ତନ ନାରାୟଣ ସିଂହ ଦେଓ ସ୍ବାଧୀନ ଭାବେ ଏବଂ ଜନତା ଓ ବିଜେପି ଦଳରୁ ମଧ୍ୟ ଲଢ଼େଇ କରି ଏଠାରୁ ବିଜୟଲାଭ କରିଛନ୍ତି। ୨୦୦୦ ମସିହରେ ଶେଷ ଥର ପାଇଁ କଂଗ୍ରେସରୁ ଉଷାରାଣୀ ପଣ୍ଡା ବିଜୟଲାଭ କରିଥିଲେ।

ଏହାପରେ କଂଗ୍ରେସ ଗଡରେ ଅ‌ଣ କଂଗ୍ରେସ ଶାସନ ଚାଲିଆସିଛି। ୨୦୦୪ ମସିହାରୁ ବିଜେପି ପାର୍ଥିୀ ଭାବେ ରାଜା କିଶୋର ଚନ୍ଦ୍ର ସିଂହଦେଓ ବିଜୟଲାଭ କରିଥିଲେ। କିନ୍ତୁ ୨୦୦୯ ମସିହାରେ ସୀମାନିର୍ଦ୍ଧାରଣ ପରେ ଧରାକୋଟ ବ୍ଲକ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଚାଲିଯାଇଥିଲା। ଫଳରେ ରାଜ ପରିବାର ସୋରଡା ନିର୍ବାଚନମଣ୍ଡଳୀରୁ ଦୃଷ୍ଟି ଫେରାଇ େନଇଥିଲେ।

ବେଲଗୁଣ୍ଠା ବ୍ଲକ ଓ ଏନଏସି ଏବଂ ସୋରଡା ବ୍ଲକ ଓ ଏନଏସି ମିଶି ଗଠନ େହାଇଛି ବର୍ତମାନର େସାରଡା ନିର୍ବାଚନ ମଣ୍ଡଳୀ। ସୀମା ନିର୍ଦ୍ଧାରଣ ପରେ ଏହି ଆସନ ବିଜେଡି ହାତରେ। ୨୦୦୯ ମସିହାରେ କଂଗ୍ରେସ ଟିକଟ ଆଶାୟୀ ଥିବା ନୀଳମଣି ବ‌ିେଷାୟୀଙ୍କୁ ଟିକଟ ମିଳିନଥିବାରୁ ସେ ସ୍ବାଧୀନ ଭାବେ ଲଢିଥିଲେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଜୟୀ ହୋଇଥିଲେ ହେଁ ସ୍ବାଧୀନ ପାର୍ଥୀ ଶ୍ରୀ ବ‌ିେଷାୟୀ କଡା ଟକ୍କର ଦେଇଥିଲେ ଏବଂ କଂଗ୍ରେସ ପାର୍ଥୀ ସୟଦ ମୁବାରକ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୪ ମସିହାରେ ବି ନୀଳମଣିଙ୍କ ଭାଇ ବସନ୍ତ ବ‌ିେଷାୟୀ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢିଥିଲେ। ସେଥର ପୁଣି ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଜୟ ଲାଭ କରିଥିଲେ।

ନୀଳମଣି ବ‌ିେଷାୟୀ କଂଗ୍ରେସରୁ ଓହରିବା ପରେ ଦଳର େଭାଟ ବ୍ୟାଙ୍କ ପ୍ରଭାବିତ େହାଇଛି। ପୁରୁଣା କଂଗ୍ରେସ ନେତା ଏବେ କେଂଗ୍ରସ ଗଡକୁ ସୁଦୃଢ କରିବା ଲାଗି ଅଣ୍ଟା ଭିଡିଛନ୍ତି। କଂଗ୍ରେସ ଏଠାରେ ନୂଆ େନତା ଦେବା ପାଇଁ ପାର୍ଥୀ ଖୋଜୁଛି। ସେହିଭଳି ବିଜେପି କର୍ମୀ ଗାଁ ଗାଁ ବୁଲି ଯୁବ ଗୋଷ୍ଠୀ ମାଧ୍ୟମରେ ନିଜର ସମର୍ଥକ ବଢ଼ାଇବା‌ରେ ଲାଗିଛି।

ଚଳିତଥର ନିର୍ବାଚନରେ ବିଧାୟକ ଶ୍ରୀ ସ୍ବାଇଁ ହ୍ୟାଟ୍ରିକ ମାରିବା ପାଇଁ ଜଗି ବସିଛନ୍ତି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚନ ପରେ ବେଲଗୁଣ୍ଠା ବ୍ଲକରେ ବିଜେଡିର ପ୍ରମୁଖ ଦାୟିତ୍ବ ନେଇଥିବା ପରିବାରକୁ ଦଳରୁ ନିଲମ୍ବନ କରିଥିଲେ। କିନ୍ତୁ ସାଧାରଣ ନିର୍ବଚାନ ପୂର୍ବରୁ ବିେଜଡି ମୁଖିଆ ସ୍ବାମୀ ରଞ୍ଜନ ଖଣ୍ଡୁଆଳ ଓ ପତ୍ନୀ ରମା ଖଣ୍ଡୁଆଳକୁ ନିଲମ୍ବନ ପ୍ରତ୍ୟାହାର କରି ପୁଣି ବିଜେଡିରେ ସାମିଲ କରିଛନ୍ତି। ‌ଏଣୁ ତାଙ୍କୁ ଟିକେଟ ମିଳିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ‌

ସେହିପରି ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ନିର୍ବାଚନୀ କସରତ ଆରମ୍ଭ କରିଥିବା ବେଳେ ଓ ବଡଗଡ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଅଧ୍ୟକ୍ଷା ନମିତା ପଶୁପାଳକ ବିଭିନ୍ନ ସ୍ଥାନରେ ବିରାଟ ହୋଡିଂ ଲଗାଇଥିବାର ମଧ୍ୟ ଦେଖିବାକୁ ମିଳିଛି। ଶାସକ ଦଳ ଟିକେଟ ପାଇବା ପାଇଁ ହାଇକମାଣ୍ଡଙ୍କ ନିଷ୍ପତିକୁ ଅପେକ୍ଷା କରିଛନ୍ତି।

କଂଗ୍ରେସରୁ ପିସିସି ସଭ୍ୟ ସଂଗ୍ରାମ ମହାନ୍ତି ଓ ଆଇନଜୀବୀ ଓମ ପ୍ରକାଶ ସାହୁ ଆଶାୟୀ ପାର୍ଥୀ ରହିଛନ୍ତି। ବିଜେପିରୁ ପୂର୍ବତନ ଛାତ୍ର ନେତା ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଦାସ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ପଣ୍ଡା ପ୍ରମୁଖ ଟିକେଟ ପାଇବା ପାଇଁ ସଂଗଠନ ଚଳାଇଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପୂର୍ଣ୍ଣଚନ୍ଦ୍ର ସ୍ବାଇଁ              ୬୭,୭୭୨
କଂଗ୍ରେସ   ବସନ୍ତ କୁମାର ବ‌ିେଷାୟୀ  ୫୨,୦୬୦
ବିଜେପି    ଭଗବାନ ପଣ୍ଡା            ୯,୬୭୯

ସମ୍ବନ୍ଧିତ ଖବର