ସୋସିଆଲ୍‌ ମିଡିଆରେ ଛାଇଲେ ଏହି ଦୁଇ ଷ୍ଟାଇଲିସ୍‌ ପୁଲିଂ ଅଫିସର୍‌

ନୂଆଦିଲ୍ଲୀ: ଚର୍ଚ୍ଚାରେ ଷ୍ଟାଇଲିସ ଲେଡି। ର୍ନିବାଚନ ବେଳେ ଷ୍ଟାଇଲସ ଲୁକ୍‌ ପାଇଁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି ଦୁଇ ମହିଳା ଲକ୍ଷ୍ନୌର ରୀନା ଦ୍ୱିବେଦୀ ଓ ଭୋପାଳର ଯୋଗେଶ୍ୱରୀ ଗୋହିତେ। ନିଜ ଷ୍ଟାଇଲସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା ରୀନା ଦ୍ୱିବେଦୀ କାମ କରନ୍ତି ଉତ୍ତରପ୍ରଦେଶ ପିଡବ୍ଲୁଡି ବିଭାଗରେ। ନିକଟରେ ରୀନା ର୍ନିବାଚନ ଡ୍ୟୁଟି ବେଳେ ହଳଦିଆ ଶାଢୀ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲକ୍ଷ୍ନୌର ଏକ ପୋଲିଂ ବୁଥରେ ରୀନାଙ୍କ ଡ୍ୟୁଟି ପଡିଥିଲା। ସୋସିଆଲ ମିଡିଆରେ ରୀନାଙ୍କ ଫଟୋ ଭାଇରଲା ହେବା ପରେ ଏହା ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା।

ସେହିଭଳି ଚର୍ଚ୍ଚାରେ ଥିବା ଆଉ ଜଣେ ମହିଳା ହେଲେ ଭୋପାଳର ଯୋଗେଶ୍ୱରୀ ଗୋହିତେ କାନାଡା ବ୍ୟାଙ୍କରେ ଚାକିରୀ କରୁଥିବା ଯୋଗେଶ୍ୱରୀ ର୍ନିବାଚନ ବେଳେ ନୀଳ ରଙ୍ଗର ଡ୍ରେସ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଏହି ଡ୍ରେସ ପିନ୍ଧି ସେ ଗର୍ଜିଅସ ଲାଗୁଥିବା ବେଳେ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟି ଯାଇଥିଲେ। ଅନେକ ଏହାକୁ ଲାଇକ ଓ ସେୟାର କରିଥିଲେ।

ଗତ ୧୨ ତାରିଖରେ ର୍ନିବାଚନ ବେଳେ ଭୋପାଳ ଗୋବିନ୍ଦପୁରରେ ପୋଲିଂ ଅଫିସରଭାବେ ତାଙ୍କ ଡ୍ୟୁଟି ପଡିଥିଲା। ଗୋଟିଏ ହାତରେ ଇଭିଏମ ଓ ଅନ୍ୟ ହାତରେ ଟ୍ରେଣ୍ଡିଂ ବ୍ୟାଗ ଧରି ଯିବାବେଳେ ତାଙ୍କ ଷ୍ଟାଇଲିସ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ କ୍ୟାମେରାକୁ ଦେଖି ହସିଥିଲେ କିନ୍ତୁ କିଛି ପ୍ରତିକ୍ରିୟା ରଖି ନ ଥିଲେ। ସୋସିଆଲ ମିଡିଆରେ ଏହି ଦୁଇ ମହିଳା ପୋଲିଂ ଅଫିସର ଫଟୋ ଏବେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର