ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସନ୍ନି ଦେଓଲ୍ ଆଜି ବିଜେପିରେ ଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ସନ୍ନି ଦଳରେ ସାମିଲ ହୋଇଥିଲେ। ତାଙ୍କୁ ସ୍ବାଗତ କରି ସୀତାରମଣ କହିଥିଲେ ଯେ ଫାୟାରବ୍ରାଣ୍ଡ୍ ଅଭିନେତାଙ୍କୁ ଦଳରେ ପାଇବା ଅତ୍ୟନ୍ତ ଖୁସିର ବିଷୟ। ଏଥିସହ ‘ବର୍ଡର’ ଫିଲ୍ମରେ ସନ୍ନିଙ୍କ ଅଭିନୟକୁ ପ୍ରଶଂସା କରି ନିର୍ମଳା କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କର ଅଭିନୟ ପ୍ରତ୍ୟେକ ଭାରତୀୟ ମନରେ ଦେଶପ୍ରେମର ନୂତନ ଉତ୍ସାହ ଯାଗ୍ରତ କରିପାରିଛି। ସନ୍ନି ଆଜି ବିଜେପିରେ ଯୋଗ ଦେବାପରେ କହିଛନ୍ତି ଯେ ମୋ ପିତା ଧର୍ମେନ୍ଦ୍ର ଅଟଳଜୀ (ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ)ଙ୍କ ସହ ଯୋଡ଼ି ହୋଇଯାଇଥିଲେ ଏବଂ ମୁଁ ମଧ୍ୟ ସମାନ ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଡ଼ି ହୋଇଛି। ସନ୍ନି ଦେଓ ପଞ୍ଜାବର ଗୁରୁଦାସପୁର ଆସନରୁ ପ୍ରାର୍ଥୀ କରାଯାଇଛି। ଆସନ୍ତାକାଲିଠାରୁ ହିଁ ସନ୍ନି ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ବିଜେପି ପଞ୍ଜାବର ୧୩ ଲୋକସଭା ଆସନରୁ ୩ଟିରେ ନିର୍ବାଚନ ଲଢ଼ୁଛି। ତେବେ ବିଜେପି ପକ୍ଷରୁ ଏହି ୩ଟି ଆସନରେ ଏଯାବତ୍ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।
ବିଜେପିରେ ଯୋଗ ଦେଲେ ସନ୍ନି ଦେଓଲ, ଗୁରୁଦାସପୁର ଆସନରୁ ଲଢ଼ିବେ
/sambad/media/post_attachments/wp-content/uploads/2019/04/Untitled-16-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)