ଚଣ୍ଡିଗଡ଼: ବଲିଉଡ୍ ଅଭିନେତା ସନ୍ନି ଦେଓଲ୍ ପଞ୍ଜାବର ଅମୃତସରରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ବିଜେପି ମୁଖ୍ୟ ଅମିତ ଶାହ ଆଜି ସନ୍ନିଙ୍କୁ ସାକ୍ଷାତ କରି ତାଙ୍କୁ ଅମୃତସରରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି। ତେବେ ଏନେଇ କୌଣସି ଘୋଷଣା କରାଯାଇ ନାହିଁ। ବିଜେପି ଶିରୋମଣି ଅକାଳି ଦଳ ସହ ମେଣ୍ଟ କରିଛି। ତେବେ ପଞ୍ଜାବର ୧୩ ଲୋକସଭା ଆସନରୁ ବିଜେପି ୩ଟି ଆସନ ଅମୃତସର, ଗୁରୁଦାସପୁର ଏବଂ ହୋସିଆରପୁରରେ ନିର୍ବାଚନ ଲଢ଼ୁଥିବାବେଳେ ଏହି ୩ଟି ଯାକ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ଖୁବ୍ ଶୀଘ୍ର ଏହି ୩ଟି ଆସନରେ ପ୍ରାର୍ଥୀ ଘୋଷଣା ହେବ। ୬୨ ବର୍ଷୀୟ ସନ୍ନି ତାଙ୍କର ଆକ୍ସନ୍ ଅଭିନୟ ପାଇଁ ବେଶ୍ ଲୋକପ୍ରୀୟ ଅଛନ୍ତି। ତେବେ ବିଜେପି ମଧ୍ୟ ଅମୃତସର ଆସନରେ ଅଭିନେତ୍ରୀ ପୁନମ ଧିଲନ ଏବଂ ରାଜେନ୍ଦ୍ର ମୋହନ ସିଂହଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରୁଥିବା ଜଣାପଡ଼ିଛି।
ଅମୃତସରରୁ ନିର୍ବାଚନ ଲଢ଼ିପାରନ୍ତି ସନ୍ନି ଦେଓଲ, ଆକ୍ସନ୍ ହିରୋଙ୍କୁ ଭେଟିଲେ ଅମିତ ଶାହ
/sambad/media/post_attachments/wp-content/uploads/2019/04/sunny-amit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)