ନୂଆଦିଲ୍ଲୀ: ଭୋପାଳ ଆସନରେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ନିର୍ବାଚନ କମିସନ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସାଧ୍ବୀ ୭୨ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ। ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ପୁଲିସ ଅଫିସର ତଥା ପୂର୍ବତନ ଏଟିଏସ୍ ମୁଖ୍ୟ ହେମନ୍ତ କରକରେଙ୍କ ବିରୋଧରେ ସାଧ୍ବୀ ବିବାଦୀୟ ବୟାନ ଦେଇଥିବାରୁ କମିସନ୍ ୭୨ ଘଣ୍ଟାର ପ୍ରଚାର କଟକଣା ଲଗାଇଛନ୍ତି। ଆଜି ସକାଳ ୬ଟାରୁ ସାଧ୍ବୀ ୭୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ନିର୍ବାଚନୀ ପ୍ରଚାର ତଥା ରୢାଲିରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି କଟକଣା ପରେ ସାଧ୍ବୀ ପ୍ରଜ୍ଞା ଭୋପାଳର ବିଭିନ୍ନ ମନ୍ଦିରରେ ବୁଲି କୀର୍ତ୍ତନ ଏବଂ ହନୁମାନ ଚାଳିଶା ପାଠ କରୁଥିବା ଦେଖିବାକୁ ମିଳିଛି।
ନିର୍ବାଚନ କମିସନ୍ କହିଛନ୍ତି, ସାଧ୍ବୀ ହେମନ୍ତ କରକରେଙ୍କ ବିରୋଧରେ ଦେଇଥିବା ବୟାନ ପାଇଁ ସେ କ୍ଷମା ମାଗିଥିଲେ ସୁଦ୍ଧା ଏଭଳି ବୟାନ ଗ୍ରହଣୀୟ ନଥିବାରୁ ତାଙ୍କୁ ୭୨ ଘଣ୍ଟା ପ୍ରଚାର କାର୍ଯ୍ୟରୁ ବାରଣ କରାଗଲା। ଉଲ୍ଲେଖଯୋଗ୍ୟ କିଛି ଦିନ ତଳେ ସାଧ୍ବୀ କହିଥିଲେ ଯେ ପୂର୍ବତନ ଏଟିଏସ୍ ମୁଖ୍ୟ ହେମନ୍ତ କରକରେ ସେ ଜେଲ୍ରେ ଥିବାବେଳେ ତାଙ୍କୁ ଖୁବ୍ ନିର୍ଯାତନା ଦେଇଥିଲେ। ଏଥିପାଇଁ ସେ ହେମନ୍ତଙ୍କୁ ଅଭିଶାପ ଦେବାରୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଲା ବୋଲି ସେ କହିଥିଲେ।c ସାଧ୍ବୀ ପ୍ରଜ୍ଞାଙ୍କୁ ୭୨ ଘଣ୍ଟାର ପ୍ରଚାର କଟକଣା