ନୂଆଦିଲ୍ଲୀ: ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁର ଆଜି ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଦଳକୁ ଅଡ଼ୁଆରେ ପକାଇଛନ୍ତି। ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମ୍ଏନ୍ଏମ୍ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଛନ୍ତି। ଗଡସେ ଦେଶଭକ୍ତ ଥିଲେ ଏବଂ ରହିବେ ବୋଲି ମତ ଦେଇ ସେ କହିଥିଲେ ଯେ ଯେଉଁମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ଏଥର ଲୋକସଭା ନିର୍ବାଚନରେ କଡ଼ା ଜବାବ ମିଳିବ। ତେବେ ଏହାକୁ ନେଇ ବିରୋଧୀ ଦଳମାନେ ଆଜି ବିଜେପିକୁ ଘେରିଥିବା ବେଳେ ବିଜେପି ମଧ୍ୟ ସାଧ୍ବୀଙ୍କ ଏଭଳି ବୟାନକୁ ନିନ୍ଦା କରିଛି। ଦଳ ମୁଖପାତ୍ର ଜିଭିଏଲ୍ ନରସିଂହ ରାଓ କହିଛନ୍ତି ଯେ ଦଳ ସାଧ୍ବୀଙ୍କ ବୟାନ ନେଇ ସହମତ ନୁହେଁ ଏବଂ ଏଭଳି ବୟାନକୁ ବିଜେପି ନିନ୍ଦା କରୁଛି। ସାଧ୍ବୀଙ୍କୁ ଏହି ମାମଲାରେ କ୍ଷମା ମାଗିବାକୁ କୁହାଯିବା ପରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି।
ଅନ୍ୟପକ୍ଷରେ ସାଧ୍ବୀଙ୍କ ବୟାନକୁ ନେଇ ଆଜି କଂଗ୍ରେସ, ସିପିଏମ୍, ଟିଏମ୍ସି ସମେତ ଅନ୍ୟ ବିରୋଧୀ ଦଳମାନେ ବିଜେପିକୁ ଘେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ମୋଦୀ-ଶାହଙ୍କ ପ୍ରିୟ ନେତ୍ରୀ ପ୍ରଜ୍ଞା ଠାକୁର ସମଗ୍ର ଦେଶକୁ ତାଙ୍କ ବୟାନ ଦ୍ବାରା ଅପମାନିତ କରିଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯେୱାଲା କହିଛନ୍ତି।
ଗଡସେଙ୍କୁ ଦେଶଭକ୍ତ କହି ବିବାଦରେ ପ୍ରଜ୍ଞା
ବିଜେପିର ନିନ୍ଦା ପରେ କ୍ଷମା ପ୍ରାର୍ଥନା କଲେ ସମଗ୍ର ଦେଶକୁ ଅପମାନିତ କରାଯାଇଛି: କଂଗ୍ରେସ
/sambad/media/post_attachments/wp-content/uploads/2019/05/Pragya-Godse-Dashbhakt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)