ପାଟନା: ବିହାରରେ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟରେ ଲାଗି ରହିଥିବା କନ୍ଦଳ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ପରଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ମେଗା ରୢାଲିଗୁଡ଼ିକୁ ଆର୍ଜେଡି ନେତା ତେଜସ୍ବୀ ଯାଦବ ବର୍ଜନ କରିଚାଲିଛନ୍ତି। ତେଜସ୍ବୀ ଆଜି ତୃତୀୟ ଥର ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ରୢାଲିରେ ଯୋଗ ଦେଇନଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଉଭୟ ଦଳର କର୍ମୀ ମହଲରେ ମଧ୍ୟ ଫାଟ ବଢ଼ୁଥିବାରୁ ମିଳିତ ପ୍ରଚାର ପାଇଁ ଅନେକ ସ୍ଥାନରେ ସେମାନେ ଆଗଭର ହେଉନଥିବା ଦେଖାଯାଇଛି । ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ ଲାଗି ରହିଥିବା ତିକ୍ତତାର ଅବସାନ ଘଟୁନଥିବା ବେଳେ ଆରଜେଡିରେ ଆଭ୍ୟନ୍ତରୀଣ କଳହ ଚରମ ସୀମାରେ ରହିଛି। ତେବେ ତେଜସ୍ବୀ କହିଛନ୍ତି ଯେ ଅନ୍ୟତ୍ର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ରାହୁଲଙ୍କ ରୢାଲିକୁ ଯାଇପାରି ନାହାନ୍ତି ଏବଂ ଆଗାମୀ ଦିନରେ ରାହୁଲଙ୍କ ରୢାଲିରେ ସେ ଯୋଗଦେବେ ବୋଲି କହିଛନ୍ତି। ବେଗୁସରାରେ କହ୍ନେୟା କୁମାରଙ୍କ ପ୍ରାର୍ଥିତ୍ବକୁ କଂଗ୍ରେସ ସମର୍ଥନ କରୁଥିବା ବେଳେ ଆରଜେଡି କହ୍ନେୟାଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି। ଏହାକୁ ନେଇ ବି ଦୁଇ ଦଳ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ବିହାର ମହାମେଣ୍ଟରେ ଫାଟ, ରାହୁଲଙ୍କ ରୢାଲିକୁ ଗଲେନି ତେଜସ୍ବୀ
/sambad/media/post_attachments/wp-content/uploads/2019/04/tejaswhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)