ନୂଆଦିଲ୍ଲୀ: ଐତିହାସିକ ବିଜୟ ହାସଲ ପରେ ବିଜେପି ଏବେ ସରକାର ଗଠନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛି। ଆସନ୍ତାକାଲି ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିବା ପାଇଁ କେବଳ ଔପଚାରିକତା ରହିଯାଇଛି। ବିଜେପି ବୈଠକ ପରେ ଏନ୍ଡିଏର ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ବୈଠକରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାସ ପାଶ୍ବାନଙ୍କ ସମେତ ସମସ୍ତ ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ସାଂସଦ ମହଜୁଦ ରହିବେ। ଶନିବାର ଅପରାହ୍ନ ୫ଟାରେ ସଂସଦ ଭବନ କେନ୍ଦ୍ରୀୟ କକ୍ଷରେ ଏହି ବୈଠକ ଡକାଯାଇଛି।
ଉଭୟ ବୖଠକ ପ୍ରକ୍ରିୟା ଶେଷ ହେବାପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏନ୍ଡିଏ ନେତାମାନଙ୍କ ସହିତ ପୃଥକ ଆଲୋଚନା କରିବେ। ସମସ୍ତ ଏନ୍ଡିଏ ସାଂସଦଙ୍କୁ ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ ପାଇଁ ମାର୍ଗ ଦର୍ଶନ ଦିଆଯିବ। ଏନ୍ଡିଏର ଏହି ଦ୍ବିତୀୟ କାର୍ଯ୍ୟକାଳରେ ପୂର୍ବର ବକେୟା କାମକୁ ଶେଷ କରିବା ପାଇଁ ପ୍ରାଥମିକତା ଦିଆଯିବ। ଏଥର ବିଜେପି ଏକାକୀ ୩୦୩ ଆସନରେ ବିଜୟ ହାସଲ କରିଥିବା ବେଳେ ଏନ୍ଡିଏ ଆସନ ସଂଖ୍ୟା ୩୫୧ରେ ପହଞ୍ଚିଛି। ପଶ୍ଚିମବଂଗରେ ଦଳକୁ ବଡ଼ ସଫଳତା ମିଳିଥିବାରୁ ଏଥର ପଶ୍ଚିମବଂଗରୁ ୪ ଜଣ ସାଂସଦଙ୍କୁ ମୋଦୀ କ୍ୟାବିନେଟ୍ରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bjp-party-2.jpg)