ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆସନ୍ତା ୧୮ ତାରିଖରେ ହେବ। ଏଥିପାଇଁ ଏବେ ଦେଶରେ ଜୋରଦାର ପ୍ରଚାର ଚାଲିଛି। ଏସବୁ ସ୍ଥାନରେ ପ୍ରଚାର ଆସନ୍ତାକାଲି ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଦେଶର ୯୭ଟି ଲୋକସଭା ଆସନରେ ଭୋଟ ହେବ। ଦେଶର ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସବୁ ଆସନ ଗୁଡ଼ିକ ରହିଛି। ଉକ୍ତ ପର୍ଯ୍ୟାୟରେ ତାମିଲନାଡ଼ୁର ସମସ୍ତ ୩୯ଟି ଆସନ, କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତର ପ୍ରଦେଶର ୮ଟି, ଓଡ଼ିଶା, ବିହାର ଏବଂ ଆସାମରେ ୫ଟି ଲେଖାଏଁ, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ, ଜମ୍ମୁ କଶ୍ମୀରରେ ୨ଟି ଏବଂ ମଣିପୁର, ତ୍ରିପୁରା ଏବଂ ପୁଡୁଚେରିରେ ଗୋଟିଏ ଲେଖାଏଁ ଆସନରେ ଭୋଟ ହେବ। ଏଥିସହିତ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ମଧ୍ୟ ଜାରି ହେବ। ଷଷ୍ଠ ପର୍ଯ୍ୟାୟରେ ଦେଶରେ ୫୯ଟି ଲୋକସଭା ଆସନରେ ଆସନ୍ତାମାସ ୧୨ ତାରିଖରେ ନିର୍ବାଚନ ହେବ।
ଆଜି ସରିବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର
/sambad/media/post_attachments/wp-content/uploads/2019/03/voting-electionjpg-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)