ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି (ମଙ୍ଗଳବାର) ଶେଷ ହେବ। ଏହି ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟର ୯୧ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟରମାନେ ମତଦାନ କରିବେ। ନିର୍ବାଚନ କମିସନ ଗତମାସ ୧୦ ତାରିଖରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଏହାପରେ ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ମାର୍ଚ୍ଚ ୧୮ରେ ପ୍ରକାଶ ପାଇଥିଲା। ମନୋନୟନପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫, ପାର୍ଥିପତ୍ର ଯାଞ୍ଚ ମାର୍ଚ୍ଚ ୨୬ରେ ହୋଇଥିଲା। ୯୧ଟି ଆସନ ମଧ୍ୟରୁ ଆନ୍ଧ୍ର ପ୍ରଦେଶର ୨୫ଟି, ତେଲେଙ୍ଗାନାର ୧୭ଟି, ଉତ୍ତର ପ୍ରଦେଶର ୮ଟି, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡ ଏବଂ ଆସାମର ୫ଟି ଲେଖାଏଁ, ଓଡ଼ିଶା ଓ ବିହାରର ୪ଟି ଲେଖାଏଁ, ପଶ୍ଚମବଙ୍ଗର ୨ଟି ଏବଂ ଛତିଶଗଡ଼, ମଣିପୁର, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ ଏବଂ ଲକ୍ଷାଦୀପରେ ଗୋଟିଏ ଲେଖାଏଁ ଆସନରେ ଭୋଟଦାନ ହେବ।
ପ୍ରଥମ ପର୍ଯ୍ୟାୟ ପ୍ରଚାର ଆଜି ସରିବ
/sambad/media/post_attachments/wp-content/uploads/2019/04/Elections-2019.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)