ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି (ଗୁରୁବାର) ଭୋଟ୍ ଗ୍ରହଣ ହେବ। ତେବେ ପୂର୍ବରୁ ନିର୍ଦ୍ଧାରିତ ୯୭ଟି ଲୋକସଭା ଆସନ ବଦଳରେ ୯୫ ଆସନରେ ମତଦାନ ହେବ। ତାମିଲନାଡ଼ୁର ଭେଲୋର ଲୋକସଭା ଆସନ ଏବଂ ତ୍ରିପୁରା (ପୂର୍ବ) ଲୋକସଭା ଆସନରେ ନିର୍ବାଚନ ରଦ୍ଦ କରାଯାଇଛି। ଭେଲୋରରେ କଳାଟଙ୍କାର ବିପୁଳ ବ୍ୟବହାର ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା ବେଳେ ତ୍ରିପୁରାରେ ସୁରକ୍ଷା କାରଣରୁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି। ୨୩ ଏପ୍ରିଲରେ ତ୍ରିପୁରା ପୂର୍ବ ଆସନ ପାଇଁ ଭୋଟ୍ ଗ୍ରହଣ ହେବ।
ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ମତଦାନ ହେବ। ଏଥିରେ ତାମିଲନାଡ଼ୁର ୩୮ଟି ଲୋକସଭା ଆସନ, କର୍ଣ୍ଣାଟକର ୧୪ଟି ଆସନ, ମହାରାଷ୍ଟ୍ରର ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଆସନ, ଛତିଶଗଡ଼ ଏବଂ ପଶ୍ଚିମବଂଗର ୩ଟି ଲେଖାଏଁ ଆସନ, ଜମ୍ମୁ କଶ୍ମୀରର ୨ଟି ଆସନ ଏବଂ ମଣିପୁର ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଭୋଟ୍ ଗଣତି ମେ ୨୩ରେ ହେବ। ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଂଗରେ ସମସ୍ତ ପର୍ଯ୍ୟାୟରେ ମତଦାନ ହେବ। ୧୮ ଏପ୍ରିଲରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ୨୩ ଏପ୍ରିଲରେ ତୃତୀୟ ପର୍ଯ୍ୟାୟରେ ୧୧୫ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।
ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଆଜି, ୯୫ ଆସନରେ ହେବ ମତଦାନ
/sambad/media/post_attachments/wp-content/uploads/2019/04/vote-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)