ନୂଆଦିଲ୍ଲୀ : ଅଲୱର ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଦାବି କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ କଂଗ୍ରେସ ସରକାର ଏବଂ ରାଜ୍ୟରେ ପୁଲିସ ପ୍ରଶାସନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମାୟାବତୀ କହିଛନ୍ତି। ଏହି ମାମଲାଟି କେବଳ ଦଳିତମାନଙ୍କ ସହ ଜଡ଼ିତ ନୁହେଁ ବରଂ ଏହା ସମସ୍ତ ମହିଳାଙ୍କ ପାଇଁ ସମ୍ମାନର କଥା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ୨୬ ତାରିଖରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଏକ ମୋଟର ସାଇକେଲ୍ରେ ଯାଉଥିବା ସମୟରେ ଦୁଇଟି ବାଇକ୍ରେ ୫ ଜଣ ଯୁବକ ଆସି ସେମାନଙ୍କୁ ଥାନାଗଜି- ଅଲୱର ବାଇପାସ୍ ନିକଟରେ ଅଟକାଇଥିଲେ । ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସେମାନେ ଏକ ଦୁର୍ଗମ ସ୍ଥାନକୁ ନେଇ ସ୍ବାମୀକୁ ବାନ୍ଧି ବାଡ଼େଇଥିଲେ ଏବଂ ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିଲେ। ଏହି ମାମଲା ଏବେ ୟୁପି ରାଜନୀତିରେ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।
ନମୋ ଟିଭିରେ ପୁଣି ନିୟମ ଉଲ୍ଲଂଘନ
ୟୁପି ନିର୍ବାଚନରେ ଅଲୱର ତାତି, ମୃତ୍ୟୁଦଣ୍ଡ ଦାବି କଲେ ମାୟାବତୀ
/sambad/media/post_attachments/wp-content/uploads/2019/05/download-1-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)