ୱାୟନାଡ଼ ଲୋକସଭା ଆସନ, ମଇଦାନରେ ୩ ଜଣ ‘ରାହୁଲ ଗାନ୍ଧୀ’

ୱାୟନାଡ଼(କେରଳ): କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ୱାୟନାଡ଼ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏବେ ଆଉ ଦୁଇ ଜଣ ‘ଗାନ୍ଧୀ’ ନାମଧାରୀ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନେ ହେଲେ ସ୍ବାଧୀନ ପ୍ରାର୍ଥୀ କେ.ଇ. ରାହୁଲ ଗାନ୍ଧୀ ଏବଂ କେ ରାଘୁଲ ଗାନ୍ଧୀ। କେ.ଇ. ରାହୁଲ(୩୦) କୋଟ୍ଟାୟମ ଜିଲ୍ଲାର ଏବଂ ରାଘୁଲ ହେଉଛନ୍ତି କୋଇମ୍ବାଟୁର୍‌ ବାସିନ୍ଦା। ଏହି ଦୁଇ ପ୍ରାର୍ଥୀ ସେମାନଙ୍କ ନାମକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଉଭୟେ ସତ୍ୟପାଠରେ ସେମାନଙ୍କ ପାଖରେ କେବଳ ୫ ହଜାର ଟଙ୍କା ନଗଦ ଥିବା ଦର୍ଶାଇଛନ୍ତି। ରାଘୁଲ ଗାନ୍ଧୀ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରନ୍ତି। ୱାୟନାଡ଼ ଆସନରେ ଏବେ ରାହୁଲ ଗାନ୍ଧୀ, ରାଘୁଲ ଗାନ୍ଧୀ ଏବଂ କେ.ଇ. ରାହୁଲ ଗାନ୍ଧୀଙ୍କୁ ନେଇ ଭୋଟର୍‌ଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର