ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଆସନର କଂଗ୍ରେସ ପ୍ରାର୍ଥୀ ଦିଗ୍ବିଜୟ ସିଂହ ଆଜି ଭୋଟ୍ ଦେବାପାଇଁ ରାଜଗଡ଼ ପୋଲିଂ ବୁଥ୍ରେ ପହଞ୍ଚି ପାରିନଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଦିଗ୍ବିଜୟ କହିଛନ୍ତି ମୁଁ ମତାଧିକାର ସାବ୍ୟସ୍ତ ପାଇଁ ପ୍ରୟାସ କରିଥିଲି, କିନ୍ତୁ ନିର୍ଦ୍ଧାରିତ ସମୟରେ ରାଜଗଡ଼ରେ ପହଞ୍ଚି ପାରିନଥିଲି। ପରବର୍ତ୍ତୀ ନିର୍ବାଚନରେ ସେ ଭୋପାଳରେ ତାଙ୍କ ନାମ ପଂଜୀକରଣ କରିବେ ବୋଲି କହିଛନ୍ତି। ଭୋପାଳଠାରୁ ରାଜଗଡ଼ ୧୦୪ କିମି ଦୂର ଏବଂ ବ୍ୟସ୍ତତା ଯୋଗୁଁ ଦିଗ୍ବିଜୟ ସେଠାରେ ପହଞ୍ଚି ପାରିନଥିଲେ ବୋଲି ଜଣାପଡ଼ିଛି।
ଭୋଟ୍ ନଦେଇ କ୍ଷମା ମାଗିଲେ ଦିଗ୍ବିଜୟ
/sambad/media/post_attachments/wp-content/uploads/2019/05/1557312551-diggy_raja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)