ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ନିର୍ବାଚନ ଲଢ଼ୁଥିବା କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି ଲକ୍ଷ୍ନୌ ନିର୍ବାଚନ ମଣ୍ଡଳୀର ଗୋମତିନଗର ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ରାଜନାଥ ଏହି ଆସନରେ ୨ ଲକ୍ଷରୁ ଅଧିକ ଭୋଟ୍ରେ ନିର୍ବାଚନ ଜିତିଥିଲେ। ଏଥର ଏହି ଆସନରେ ରାଜନାଥଙ୍କୁ କଡ଼ା ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି। କଂଗ୍ରେସ ନେତା ଶତ୍ରୁ୍ଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ତାଙ୍କ ବିରୋଧରେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ଆଜି ଭୋଟ୍ ଦେବାପରେ ରାଜନାଥ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ ସେ ହିଁ ଲକ୍ଷ୍ନୌ ଆସନରୁ ନିର୍ବାଚନ ଜିତିବେ, କିନ୍ତୁ କେତେ ଭୋଟ୍ରେ ନିର୍ବାଚନ ଜିତିବେ ତାହା ଜନସାଧାରଣ ହିଁ ନିଷ୍ପତ୍ତି ନେବେ।
ମୁଁ ଜିତିବି, କେତେ ଭୋଟ୍ ପାଇବି ତାହା ଲୋକେ ନିଷ୍ପତ୍ତି ନେବେ : ରାଜନାଥ
/sambad/media/post_attachments/wp-content/uploads/2019/05/14pu6gk8_rajnath-singh-650-pti_625x300_09_March_19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)